STORYMIRROR

SOUDAGAR BISWAL

Inspirational

3  

SOUDAGAR BISWAL

Inspirational

ଶିଶୁ ଟିଏ ମୁହିଁ

ଶିଶୁ ଟିଏ ମୁହିଁ

1 min
142

ଶିଶୁ ଟିଏ ମୁହିଁ ଦୁନିଆ ବୁକୁର

ଆଜି ସିନା ଅଛି ଛୋଟ

କାଲକୁ ହେବି ମୁଁ ସମାଜ ରକ୍ଷକ

ହୋଇବି ଜଗତେ ଶ୍ରେଷ୍ଠ ।


ପୋଛିବି ଦୁଃଖିର ଲୋତକ ଧାର ମୁଁ

ଓଠେ ତା ଭରିବି ହସ

କଟୁ ବଚନ ଠୁ ଦୂରରେ ରହିବି

ବୋଲିବି ମଧୁର ଭାଷ।


ଭାଷାର ମାଧୁରୀ ଭାଷା ସଂଯମତା 

ହୃଦୟକୁ ଜୟ କରେ

ଭାଷା ଦୁରୁବଳ ହୋଇଗଲେ ଥରେ

ସବୁଠାରେ ନର ହାରେ।


ଏହି କଥା ଗୋଟି ଗୁରୁ ଜ୍ଞାନ କରି

ଯେଉଁ ଶିଶୁ ମାନିଥାଏ

ସମାଜ ରଥର ସାରଥି ସାଜଇ

ସେମିତି ମୁଁ ହୋଇପାରେ।


ଉଚ୍ଚ ହେବାପାଇଁ ମାଆ ସେବା ବ୍ରତ 

କରେ ଯେ ଜୀବନେ ତା'ର

ହସ ଫୁଟିଉଠେ କୁନି ଓଠେ ସଦା

ଏହା ଲକ୍ଷ୍ୟ ଜୀବନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational