ଶିଶୁ ଟିଏ ମୁହିଁ
ଶିଶୁ ଟିଏ ମୁହିଁ
ଶିଶୁ ଟିଏ ମୁହିଁ ଦୁନିଆ ବୁକୁର
ଆଜି ସିନା ଅଛି ଛୋଟ
କାଲକୁ ହେବି ମୁଁ ସମାଜ ରକ୍ଷକ
ହୋଇବି ଜଗତେ ଶ୍ରେଷ୍ଠ ।
ପୋଛିବି ଦୁଃଖିର ଲୋତକ ଧାର ମୁଁ
ଓଠେ ତା ଭରିବି ହସ
କଟୁ ବଚନ ଠୁ ଦୂରରେ ରହିବି
ବୋଲିବି ମଧୁର ଭାଷ।
ଭାଷାର ମାଧୁରୀ ଭାଷା ସଂଯମତା
ହୃଦୟକୁ ଜୟ କରେ
ଭାଷା ଦୁରୁବଳ ହୋଇଗଲେ ଥରେ
ସବୁଠାରେ ନର ହାରେ।
ଏହି କଥା ଗୋଟି ଗୁରୁ ଜ୍ଞାନ କରି
ଯେଉଁ ଶିଶୁ ମାନିଥାଏ
ସମାଜ ରଥର ସାରଥି ସାଜଇ
ସେମିତି ମୁଁ ହୋଇପାରେ।
ଉଚ୍ଚ ହେବାପାଇଁ ମାଆ ସେବା ବ୍ରତ
କରେ ଯେ ଜୀବନେ ତା'ର
ହସ ଫୁଟିଉଠେ କୁନି ଓଠେ ସଦା
ଏହା ଲକ୍ଷ୍ୟ ଜୀବନର ।