କାହିଁ ଗଲେ ମୋର ପରାଣ ସଙ୍ଗିନୀ
କାହିଁ ଗଲେ ମୋର ପରାଣ ସଙ୍ଗିନୀ
1 min
145
ବାରୁଣୀ ନଭରେ ଅସ୍ତମିତ ସୂର୍ଯ୍ଯ
ଧିରେ ଧିରେ ଢଳୁଛନ୍ତି
କୋଟିଏ ମୁକୁତା ସାଗର କୋଳର
ତରଙ୍ଗରେ ଦୋଳୁଛନ୍ତି ।।
ପ୍ରେମ ମାସ ବୋଲି ପ୍ରେମିକା ପଥକୁ
ସକାଳୁ ବସିଛି ଚାହିଁ।।
ପ୍ରେମ କରି ଖଗ ନୀଡେ ଫେରିଲେଣି
ପ୍ରେମିକା ମୋ ଆସୁନାହିଁ।।
କହିଥିଲେ କାଲି ପବନ କାନରେ
ଆସିବାକୁ ବେଗେ ବେଗେ
କହିଦବ ଯାଇ ମୋ ପ୍ରିୟ ପାଶରେ
ଅପେକ୍ଷାରେ ମୋର ଥିବେ ।।
ପବନ ମୋ ପାଶେ ପ୍ରକାଶିଲା ଆସି
ଆସିବେ ପ୍ରେମିକା ତୋର
ସେଥିପାଇଁ ଚିନ୍ତି ପ୍ରିୟା ଭାବନାରେ
ଝରୁଛି କବିତା ଝର ।।
କଥା ଦେଇ ସେତ ଠକନ୍ତିନି କେବେ
ଆଜ କିବା ଗଲେଭୁଲି
ଏକା ଏକା ଏହି ସମୁଦ୍ର ତଟରେ
ଭୟ ଉପୁଜୁଛି ଖାଲି ।।
କାହିଁ ଗଲେ ମୋର ପରାଣ ସଙ୍ଗିନୀ
କାହିଁ ଗଲେ କାହିଁ ଗଲେ
ସକାଳ କଥାକି ମନେ ନାହିଁ ତାଙ୍କ
ମିଛଟାରେ ବାହୁନିଲି ।।
