STORYMIRROR

SOUDAGAR BISWAL

Others

3  

SOUDAGAR BISWAL

Others

କାହିଁ ଗଲେ ମୋର ପରାଣ ସଙ୍ଗିନୀ

କାହିଁ ଗଲେ ମୋର ପରାଣ ସଙ୍ଗିନୀ

1 min
151


ବାରୁଣୀ ନଭରେ ଅସ୍ତମିତ ସୂର୍ଯ୍ଯ

ଧିରେ ଧିରେ ଢଳୁଛନ୍ତି

କୋଟିଏ ମୁକୁତା ସାଗର କୋଳର

ତରଙ୍ଗରେ ଦୋଳୁଛନ୍ତି ।।


ପ୍ରେମ ମାସ ବୋଲି ପ୍ରେମିକା ପଥକୁ

ସକାଳୁ ବସିଛି ଚାହିଁ।।

ପ୍ରେମ କରି ଖଗ ନୀଡେ ଫେରିଲେଣି

ପ୍ରେମିକା ମୋ ଆସୁନାହିଁ।।


କହିଥିଲେ କାଲି ପବନ କାନରେ

ଆସିବାକୁ ବେଗେ ବେଗେ

କହିଦବ ଯାଇ ମୋ ପ୍ରିୟ ପାଶରେ

ଅପେକ୍ଷାରେ ମୋର ଥିବେ ।।


ପବନ ମୋ ପାଶେ ପ୍ରକାଶିଲା ଆସି

ଆସିବେ ପ୍ରେମିକା ତୋର 

ସେଥିପାଇଁ ଚିନ୍ତି ପ୍ରିୟା ଭାବନାରେ

ଝରୁଛି କବିତା ଝର ।।


କଥା ଦେଇ ସେତ ଠକନ୍ତିନି କେବେ

ଆଜ କିବା ଗଲେଭୁଲି

ଏକା ଏକା ଏହି ସମୁଦ୍ର ତଟରେ

ଭୟ ଉପୁଜୁଛି ଖାଲି ।।


କାହିଁ ଗଲେ ମୋର ପରାଣ ସଙ୍ଗିନୀ

କାହିଁ ଗଲେ କାହିଁ ଗଲେ

ସକାଳ କଥାକି ମନେ ନାହିଁ ତାଙ୍କ

ମିଛଟାରେ ବାହୁନିଲି ।।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍