STORYMIRROR

SOUDAGAR BISWAL

Others

3  

SOUDAGAR BISWAL

Others

ଖୋଜେ ତୋ ପୀରତି ବାରି

ଖୋଜେ ତୋ ପୀରତି ବାରି

1 min
201


ଜାଣି ମୁଁ ନଥିଲି ନିଃସହାୟ କରି

ଚାଲିଯିବ ମୋ ଠୁ ଦୂରେ

ତୁମେ ଗଲାପରେ ମନ ପ୍ରଜାପତି

ମରିଯିବ ଅକାଳରେ।


ଥିଲ ମୋର ତୁମେ ପରାଣ ମିତଣୀ

ସରହଦ ସେପାଖରେ

ଝୁରି ସରେ ତନୁ ପ୍ରିୟା ତୁମ ବିନୁ

ହଜିଲି ଅଳକାପୁରେ।


ସରିଲା ମୋ ସୁଖ ସରିଲା ବସନ୍ତ

ଆସିଲା ନିଦାଘ ମାଡି

ଉତ୍ତାପେ ଜଳୁଛି ଏ କେଉଁ ଅଗନ

ପରାଣ ଯାଉଛି ପୋଡି ।


କେମିତି ସହିବି ଏ ଦାହ ଯନ୍ତ୍ରଣା

ଘାରେ ଦିନୁ ଦିନ ବେଶି

ମଲମ ବଦଳେ ଘାଆରେ ଦେଇଛୁ

ଚୂନ କିଛି ପ୍ରିୟା ନେସି


କହବି କାହାକୁ ମରମ ବେଦନା

ମନରେ ମରୁଛି ମୋର

ମୋ ମନ ହୃଦୟ ଖେଳନା ଦୁଇଟି

ଖେଳି କଲୁ ଚୁନମାର।


ଗୋଟାଇ ସାଉଁଟି କେମିତି ଯୋଡିବି

କ୍ଷତ ତ ଗହୀର ଭାରି

ହୃଦଗଙ୍ଗା ତୀରେ ଟାଙ୍ଗର ଭୂଇଁ ଟା

ଖୋଜେ ତୋ ପୀରତି ବାରି ।



Rate this content
Log in