STORYMIRROR

Pulak Senapati

Tragedy

4  

Pulak Senapati

Tragedy

ବନ୍ଧ୍ୟା ନାରୀ

ବନ୍ଧ୍ୟା ନାରୀ

1 min
11

ବନ୍ଧ୍ୟା ନାରୀ ତୁମେ ଭାଗ୍ୟେ ତୁମ ଅସୁମାରୀ ନିନ୍ଦା

ବିଧାତା ର ଚକ୍ରବ୍ୟୁହେ ହୋଇଅଛ ଛନ୍ଦା


ପତି ତୁମ ଗୁଣବାନ,ତୁମେ ପୁଣି ଅଟ କଳଙ୍କିନି

ତୁମ ପାଇଁ ମଧୁହୀନ ଦିବସ ରଜନୀ


ତଥାପି ସହିଚ ତୁମେ କଷଣ ହଜାର

ନିର୍ଣୀମେସ ଚକ୍ଷୁ ତୁମ ଖୋଜିବୁଲେ ଭାଗ୍ୟରଦୁଆର


ନିୟତି ର ଉପହାସେ ତୁମେ ଶୂନ୍ୟସ୍ଥିତା

ସମାଜ ଚକ୍ଷୁରେ ତୁମେ ଲାଞ୍ଚିତା ,ବାଞ୍ଛିତା


ଦୁଃଖ ତୁମ ଚିରସାଥି ,ତୁମେ ଏକ ଦୁଃଖ ବୈତରଣୀ

ତୁମ ପାଇଁ ଦିବାସ୍ବପ୍ନ ସବୁଜ ବନାନୀ


ଧର୍ଯ୍ୟ ତୁମ ଅଦ୍ୱିତୀୟ ତୁମେ ବିରବିର୍ଯ୍ୟା

କଣ୍ଟା ବିଛଣା ରେ ତୁମେ କରି ଅଛ ଶଯ୍ୟା


ଆଶାକରେ ଅନ୍ତ ହେଉ ତୁମ ପ୍ରତୀକ୍ଷାର

କଳଙ୍କ ର ସୀମାରେଖା କରିଦିଅ ପାର


ଜୀବନ ତୁମ ଦାରୁଣ ,ଅବସାଦେ ରହି ଅଛି ଭରି

କିପରି ସହିଛ କୁହ କିପରି ?କିପରି?

ଚିର ନମସ୍ୟ ତୁମେ "ବନ୍ଧ୍ୟା ନାରୀ"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy