Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pulak Senapati

Romance Tragedy

3  

Pulak Senapati

Romance Tragedy

କାଦମ୍ବିନୀ

କାଦମ୍ବିନୀ

1 min
5


କୁଝଟିକାମୟ ସ୍ୱପ୍ନର ସୌଧ ରୁ ତୁମେ ଆସିଥିଲ ମୋହିନୀ ର ରୂପ ନେଇ

ତୁମ ନିକ୍ଷେପିତ କାଦମ୍ବର ଆଘାତ ଏବେବି ସୁପ୍ତ,ଜାଗୃତି ର ଅପେକ୍ଷାରେ ।


ସ୍ପର୍ଶକାତର ମଣିଷ ଚାହେଁନି କିଛି ତୁମଠାରୁ ,

ତୁମେବି କଣ ଦେଇ ପାରିବ ତାକୁ

ଯନ୍ତ୍ରଣା ଆଉ ଉପେକ୍ଷା ଛଡ଼ା!


ତଥାପି ଚାହେଁ ସେ ନିର୍ଲଜ ହୃଦୟରେ 

ତୁମ ପାଇଁ ଜୀବନ ର ସବୁକିଛି ଜଳାଞ୍ଜଳି ଦେବା ପାଇଁ

ପ୍ରସ୍ତୁତ ସେ ସବୁ ସମ୍ପର୍କ କୁ ଉତ୍ସର୍ଗ କରିବା ପାଇଁ


ଆଜି ସେ ଅନ୍ଧ ,ତୁମର ଗୋଲାପି ଅଧର ପାଇଁ

ତା ପାଇଁ ଫେରିବା ଏତେ ସହଜ ନୁହେଁ

ସେ ସକାଳ ର ନିଖୋଜ ପଥିକ ନୁହେଁ ,ଯେ ସଂଜରେ ଘରକୁ ଫେରିଯିବ - ନିଶ୍ଵ,ନିରୁପାୟ ହୋଇ ।


ବୁଝ ବା ନବୁଝ ତା ହୃଦୟର ଯନ୍ତ୍ରଣା

ପଢବା ନ ପଢ଼ ତା ମନର ପୃଷ୍ଠା କୁ

ହେଲେ!

ଦୂରେଇ ଯାଅନା ବିନା ଇଙ୍ଗିତ ରେ, ପଦାଘାତ କରି ତା ଭାବନା ର ବଳୁକମୟ ସ୍ତୁପ କୁ , ରୂପ ନେଇ ସାରା ଆକାଶ ରେ କାଦମ୍ବିନୀ ର ।


Rate this content
Log in

Similar oriya poem from Romance