STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବହିଟି ମୋର ସାଥି

ବହିଟି ମୋର ସାଥି

1 min
243


ମନେପଡ଼େ ମୋର ଶୈଶବରେ ଦିନେ 

ଯାଇଥିଲି ଚାଟଶାଳୀ

ତିନି ଗୋଟି ଶୂନ ଗୁରୁ ଲେଖିଦେଲେ 

ହାତେ ଧରି ମୋ ଗୋଟାଳି l


ଆଦ୍ୟ ଗୁରୁ ମୋର କହିଦେଲେ କୁହ 

ବ୍ରହ୍ମା, ବିଷ୍ଣୁ, ମହେଶ୍ୱର

ମୁଣ୍ଡୁଳା ମଡ଼ାଇ ଶିଖିଗଲି କ୍ରମେ ଅ, ଆ, 

କ,ଖ,ଗ ଅକ୍ଷର l


ବର୍ଣ୍ଣବୋଧ ତହୁଁ ପଢ଼ି ଶିଖିଲି ମୁଁ 

ଅକ୍ଷରକୁ ଚିହ୍ନି ଚିହ୍ନି

ମୋ' ଛବି ବହି, ନୂଆ ଛବି ବହି 

ଗୁରୁ ଦେଲେ ପୁଣି ଆଣି l


କ୍ରମେ କ୍ରମେ ହାଦେ ଗୁରୁଙ୍କ ପ୍ରସାଦେ 

ଜ୍ଞାନ ଚକ୍ଷୁ ମୋ ଖୋଲିଲା

ଗୁରୁ ବନ୍ଦନା ମୁଁ କରୁଥିବି ନିତ୍ୟେ ଆଖି 

ଥିବାଯାଏ ମେଲା l


ବହି ପଢ଼ି ମୁହିଁ ବୁଝିଲି ଦୁନିଆଁ କେତେ 

ନୂଆ ନୂଆ କଥା

ଚାଟ ହେଲି ମୁହିଁ ବାଟେ ଚାଲି ଧାଇଁ 

ଭରିଲି ମୋହର ମଥା l


ବିଦ୍ୟା ଅଟେ ଭାଇ ଅଗାଧ ସାଗର 

ପୁସ୍ତକେ ଅଛି ସାଇତା

ବିନ୍ଦୁଟିଏ ମାତ୍ର ସିନ୍ଧୁଟିରୁ ପାଇ 

ମୁଁ ହେଲି ଜଗତ ଜିତା l


ଯାହା ଜାଣିଅଛି କଣିକା ମାତର 

ଜାଣିବାକୁ ବହୁ ବାକି

ବହିଟି ମୋହର ସାଥି ଅଟେ ଭାଇ 

ମୁଦିବାର ଯାଏ ଆଖି l


ଜୀବନର ପଥେ ବହି ସାଥି ଭାଇ 

ବନ୍ଧୁ,ସଖା ଓ ସୁହୃଦ

ବୟସାପରାହ୍ନେ ବହି ବିନେ ରାତ୍ରେ 

ଆସେ ନାହିଁ ମୋତେ ନିଦ l


ନମଃ ବୀଣାପାଣି ନମଃ ଶ୍ରୀଗଣେଶ 

ବିଦ୍ୟାଦାତ୍ରୀ ବିଦ୍ୟାପତି

ଆଶିଷ ଦିଅନ୍ତୁ ପୁସ୍ତକ ମୋହର 

ରହି ଥାଉ ଚିର ସାଥି l


Rate this content
Log in

Similar oriya poem from Inspirational