STORYMIRROR

Bijoy Jena

Inspirational

4  

Bijoy Jena

Inspirational

ଏ ମାଟିର କୀର୍ତ୍ତି ଅପାଶୋରା

ଏ ମାଟିର କୀର୍ତ୍ତି ଅପାଶୋରା

1 min
382


ମଇନାକ ଶିଖରୀ ଚୂଳ

ପୂତ ମନ୍ଦାକିନୀ ଜଳ

ଗିରିବନ ଫୁଲ ଫଳ

କିବା ସଂଜ କି ସକାଳ

ଲାଗେ ମୋତେ ନିଆରା ନିଆରା

ପ୍ରକୃତିର ଛବି ଅପାସୋରା।


ସ୍ୱାଧୀନତା ପୂର୍ବ କାଳ

ଏ ମାଟି ମାଆର କୋଳ

ସଂଗ୍ରାମରେ ଉଦବେଳ

ମୁଖରିତ ପ୍ରଜାମେଳ

ଲାଗୁଥିଲା ନିଆରା ନିଆରା

ଶାନ୍ତ ଏବେ ମାଟି ମାଆ ପରା।


ଭକତି କବିତା ମାଳ

ଆହା ମଥୁରା ମଙ୍ଗଳ

ରାସ ସୁଆଙ୍ଗ ସକଳ

ପଟ୍ଟଯୋଶୀ ପାଲା ମେଳ

ଲାଗେ ମୋତେ ନିଆରା ନିଆରା

ଜନ୍ମିଥିଲେ ଗୁଣର ପସରା।


ରଘୁ ଦିବାକର ଦାନ

ଅର୍ଜ୍ଜୁନ ରାଉତ ମାନ

ରବୀନ୍ଦ୍ରର ଅବଦାନ

ମାଟି ମାଆର ଜୟ ଗାନ

ଲାଗେ ମୋତେ ନିଆରା ନିଆରା

କାଳଜୟୀ କୃତି ପତିଆରା।


ସାହିତ୍ୟ ସଂସ୍କୃତି କ୍ଷେତ୍ର

ଚଉଦିଗେ ପରିବ୍ୟାପ୍ତ

ଜଙ୍ଗଲ ସମ୍ପଦ ଯେତେ

ମଣିଷର ମିତ୍ର ଅଟେ

ଲାଗେ ମୋତେ ନିଆରା ନିଆରା

ଅତୀତ ଯେ ପଡେ ନାହିଁ ଧରା।


ଏ ମାଟିର ଜାତି ପ୍ରୀତି

ଇତିହାସ ମୁକ ସାକ୍ଷୀ

ସେ ସବୁ ପାଥେୟ କରି

ପ୍ରଗଲଭ ଜୀବନ ତରୀ

ଲାଗେ ଆଜି ନିଆରା ନିଆରା

ଆମେ ତାର ମୁକତି ପସରା।


ଏ ମାଟି ଜନତା ଆସ

ଭୁଲି ଯାଇ ରାଗ ରୋଷ

ଦେଇ ଆମେ ମନ ପ୍ରାଣ

କରୁଥିବା ଗୁଣ ଗାନ

ବାଣ୍ଟି ଦେବା ସୁଖର ପସରା

ଏ ମାଟିର କୀର୍ତ୍ତି ଆପାସୋରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational