STORYMIRROR

Rabindra kumar Sahoo

Abstract Romance

3  

Rabindra kumar Sahoo

Abstract Romance

ଚାନ୍ଦ ନା ତୁମେ ତାରା

ଚାନ୍ଦ ନା ତୁମେ ତାରା

1 min
194

  ତୁମ ରୂପ ତୁମ ସୌନ୍ଦର୍ଯ୍ୟ 

    ମୋତେ ପାଗଳ କରିଛି ପରା

   ତୁମ ହସ ହସ ମୁଖ

    ହରାଇ ନିଏ ମୋ ଦୁଃଖ

   ଆଗୋ ମୃଗ ନୟନୀ

   ହେ ମୋ ଚନ୍ଦ୍ର ବଦନୀ

   ସତେ କି ତୁମେ

      ମୋ ପ୍ରେମ ପସରା

   ତୁମ କଥା ଭାଳି ଭାଳି

    ହୃଦୟେ ମୋ ଉଠେ

     ପ୍ରେମର ଜୁଆର ପରା

   କି ବର୍ଣ୍ଣିବି କି ବର୍ଣ୍ଣିବି 

    ତୁମ ରୂପ ଗୁଣ

   କି ବର୍ଣ୍ଣିବି ତୁମ ଠାଣି ମାଣି ବାଣୀ

    ଚାନ୍ଦ ନା ତୁମେ ତାରା ।


    ତୁମର ସେ ଘନ କେଶ

     ତୁମର ସେ ମୃଦୁ ହସ

   ନାଚଇ ନୟନ ଯୁଗଳେ ମୋ'ର

    ଇନ୍ଦ୍ରଧନୁର ସପ୍ତ ରଙ୍ଗେ ରଙ୍ଗାୟିତ

    ସତେ କି ତୁମ ସେ ଆକର୍ଷିତ ଶରୀର

    ତୁମକୁ ଗଢିଛି ଯେଉଁ ବିନ୍ଧାଣୀ

    ନେଲା ସେ କେତେ ଦିନ ମାସ ବର୍ଷ ପୁଣି

    ସତେ ଅବା ତୁମେ ସୌନ୍ଦର୍ଯ୍ୟର ଧାରା

     ଧନ୍ୟା ହୋଇଛି ଏ ଧରା

    ଝରଇ ପ୍ରେମର ବାରି ଅହରହ

     ମୋ ହୃଦୟେ ତୁମ ଲାଗି ପରା

    ଏ ହୃଦୟ ମୋ ଭାଳେ ବେଳେବେଳେ

     ମୋ ପାଇଁ ଚାନ୍ଦ ନା ତୁମେ ତାରା ।

  

     ପ୍ରେମର ନିର୍ଝରଣୀ ତୁମେ

     ତୁମେ ଯେ ପ୍ରୀତିଲତା

      ତୁମେ ମୋ ପାଇଁ ପ୍ରୀତି ପସରା

    ତବ ଦୀପ୍ତିମୟ ସୌନ୍ଦର୍ଯ୍ୟରେ

    ମୋ ତନୁ ମନେ ହୋଇଛି ପ୍ରେମ ଭରା

    କେବେ ଦିଶ ମୋ ନୟନେ

     ତୁମେ ସବୁଜ ବନାନୀ ରେ ଭରା

    କେବେ ପୁଣି ଦୃଶ୍ୟମାନ ହୁଅ

    ନୀଳ ସାଗର ସମ 

      ସୁନ୍ଦରୀ ପରୀଟିଏ ପରା

    ଭ୍ରମିତ ଭ୍ରମର ସମ

     ମତି ହୁଏ ମୋ'ର ଭ୍ରମ

    ବୁଝି ମୁଁ ପାରେନା ସତେ

    ଅପରୂପ ଲାବଣ୍ୟବତୀ 

     କିଏ ତୁମେ

   ମୋ ଜୀବନର ନାୟିକା ନା ପ୍ରେମିକା

     କିଏ ତୁମେ ହେ ଅପରୂପା

      ତୁମେ କି ସରଗର ଅପସରା

    କିଏ ତୁମେ ଚାନ୍ଦ ନା ତୁମେ ତାରା ।


     

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract