ଚାନ୍ଦ ନା ତୁମେ ତାରା
ଚାନ୍ଦ ନା ତୁମେ ତାରା
ତୁମ ରୂପ ତୁମ ସୌନ୍ଦର୍ଯ୍ୟ
ମୋତେ ପାଗଳ କରିଛି ପରା
ତୁମ ହସ ହସ ମୁଖ
ହରାଇ ନିଏ ମୋ ଦୁଃଖ
ଆଗୋ ମୃଗ ନୟନୀ
ହେ ମୋ ଚନ୍ଦ୍ର ବଦନୀ
ସତେ କି ତୁମେ
ମୋ ପ୍ରେମ ପସରା
ତୁମ କଥା ଭାଳି ଭାଳି
ହୃଦୟେ ମୋ ଉଠେ
ପ୍ରେମର ଜୁଆର ପରା
କି ବର୍ଣ୍ଣିବି କି ବର୍ଣ୍ଣିବି
ତୁମ ରୂପ ଗୁଣ
କି ବର୍ଣ୍ଣିବି ତୁମ ଠାଣି ମାଣି ବାଣୀ
ଚାନ୍ଦ ନା ତୁମେ ତାରା ।
ତୁମର ସେ ଘନ କେଶ
ତୁମର ସେ ମୃଦୁ ହସ
ନାଚଇ ନୟନ ଯୁଗଳେ ମୋ'ର
ଇନ୍ଦ୍ରଧନୁର ସପ୍ତ ରଙ୍ଗେ ରଙ୍ଗାୟିତ
ସତେ କି ତୁମ ସେ ଆକର୍ଷିତ ଶରୀର
ତୁମକୁ ଗଢିଛି ଯେଉଁ ବିନ୍ଧାଣୀ
ନେଲା ସେ କେତେ ଦିନ ମାସ ବର୍ଷ ପୁଣି
ସତେ ଅବା ତୁମେ ସୌନ୍ଦର୍ଯ୍ୟର ଧାରା
ଧନ୍ୟା ହୋଇଛି ଏ ଧରା
ଝରଇ ପ୍ରେମର ବାରି ଅହରହ
ମୋ ହୃଦୟେ ତୁମ ଲାଗି ପରା
ଏ ହୃଦୟ ମୋ ଭାଳେ ବେଳେବେଳେ
ମୋ ପାଇଁ ଚାନ୍ଦ ନା ତୁମେ ତାରା ।
ପ୍ରେମର ନିର୍ଝରଣୀ ତୁମେ
ତୁମେ ଯେ ପ୍ରୀତିଲତା
ତୁମେ ମୋ ପାଇଁ ପ୍ରୀତି ପସରା
ତବ ଦୀପ୍ତିମୟ ସୌନ୍ଦର୍ଯ୍ୟରେ
ମୋ ତନୁ ମନେ ହୋଇଛି ପ୍ରେମ ଭରା
କେବେ ଦିଶ ମୋ ନୟନେ
ତୁମେ ସବୁଜ ବନାନୀ ରେ ଭରା
କେବେ ପୁଣି ଦୃଶ୍ୟମାନ ହୁଅ
ନୀଳ ସାଗର ସମ
ସୁନ୍ଦରୀ ପରୀଟିଏ ପରା
ଭ୍ରମିତ ଭ୍ରମର ସମ
ମତି ହୁଏ ମୋ'ର ଭ୍ରମ
ବୁଝି ମୁଁ ପାରେନା ସତେ
ଅପରୂପ ଲାବଣ୍ୟବତୀ
କିଏ ତୁମେ
ମୋ ଜୀବନର ନାୟିକା ନା ପ୍ରେମିକା
କିଏ ତୁମେ ହେ ଅପରୂପା
ତୁମେ କି ସରଗର ଅପସରା
କିଏ ତୁମେ ଚାନ୍ଦ ନା ତୁମେ ତାରା ।