Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DEEPAK KUMAR PATRA

Romance Others

3  

DEEPAK KUMAR PATRA

Romance Others

ପ୍ରକୃତି ଶୋଭା

ପ୍ରକୃତି ଶୋଭା

1 min
123


ଫେରିଛି ପୁଣି ଶୀତ

ପ୍ରତିବର୍ଷ ପରି ଆସିଛି

ପ୍ରକୃତି ରାଣୀ ଯେ ବୋହୁ ବେଶରେ

ମୁରୁକି ମୁରୁକି ହସୁଛି ।

ସବୁଜ ରଙ୍ଗର ଶାଢ଼ୀ ପିନ୍ଧିଅଛି

ଦେହରେ ବହୁ ରଙ୍ଗର ଛିଟ

ଓଢଣା ପାଇଁ ଯେ ଦେଇଛି ପ୍ରଭାତୁ

ଦିବାକର ନାଳୀରଙ୍ଗର କର ପାଟ ।

ଚମ୍ପା ,କନିଅର , ଜୁଇ ମାଳତୀରେ

ଚଉଦିଗ ମହକି ଉଠୁଛି 

ଗଙ୍ଗଶିଉଳି ଟା ଲାଜେ ଲୁଚିରହି

ଅଭିମାନ କରି ବସିଛି ।

ହେନା ମାଳତୀର ସମ୍ଭାରେ ଦେଖ

ଶାଖା ଯେ ନଇଁ ଯାଉଛି

ଦେଖି ପୁଷ୍ପ ଭାର ମଧୂପ ଭଅଁର

ପାଗଳ ପ୍ରାୟ ହେଉଛି ।


Rate this content
Log in

Similar oriya poem from Romance