ପ୍ରେମ ଏକ ଆତ୍ମିକ ସ୍ଵାକ୍ଷର
ପ୍ରେମ ଏକ ଆତ୍ମିକ ସ୍ଵାକ୍ଷର
ପ୍ରେମ ନୁହେଁ ଖାଲି ଏକ ସଂଜ୍ଞା
ଏତ ଅଭୁଲା କାହାଣୀ,
କେବେ ସରଳ ଅଭିଧାନ ତ
କେବେ ଜଟିଳ ଗଣିତ
କେବେ ପୁଣି ସ୍ନିଗ୍ଧ ଶୀତଳ ଅବା
ଅମାନିଆ ନଦୀ ସ୍ରୋତ
କୂଳ ଲଙ୍ଘି ନାଶିବ ସକଳ,
ପୁଣି କେବେ ବାନ୍ଧିଦେବ ଛନ୍ଦି ଦେବ
ତା'ର ନରମ ଫାଶରେ
ମତୁଆଲା ପ୍ରଜାପତିର ନରମ ଡେଣାରେ
ପ୍ରେମ କେବେ ମଧୁ ଋତୁମଳୟ ପବନ
କେବେ ପୁଣି ନିଦାଘର ଉତ୍ତପ୍ତ ଅଙ୍ଗନ
ପ୍ରେମ କି ମାନେନା ବର୍ଷା, ବଇଶାଖୀ ଅବା
ବସନ୍ତର ଶୀତଳ ସମୀର
ମାନେନା ବି ବୟସର ବଶୀଭୂତ ସ୍ୱର
ଏ ପ୍ରେମ ମନ ସହ ମନର ମିଳନ ଅନ୍ତରରୁ
ଆତ୍ମିକ ସ୍ଵାକ୍ଷର, ପ୍ରେମର ପ୍ରଗାଢ଼ତା
ଏକ ଉପଲବ୍ଧି ପୁଣି ତ୍ୟାଗର ବିଶାଳ ପରିଧି
ଏ ପ୍ରେମ ଗାଇଯାଏ ବିଜୟର ମନ୍ତ୍ରଶିରାରୁ
ଶିରାକୁ ପ୍ରସରୀ ଯାଏ ନେତ୍ର ରୁ ଆଉ ଏକ ନେତ୍ର
ଅନୁଭବୀ ର ଅନୁଭବସତେ କି ସ୍ୱତନ୍ତ୍ର ।।

