STORYMIRROR

Sukadev Mahanta

Romance

3  

Sukadev Mahanta

Romance

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
396


   ଆ ରେ ବରଷା ଆ      ଆରେ ବରଷା ଆ

           ତୁ ଆ ରେ ବରଷା ଆ

ପ୍ରାଣ ପ୍ରିୟା ମୋର     ଭିଜିବାକୁ  ଚାହେଁ

         ତାହାକୁ ଭିଜାଇ ଯାଆ 


ଆଷାଢ ଶ୍ରାବଣ   ବରଷଇ ଘନ

   ବହେ ଅମାନିଆଁ ବାଆ

ସେଦିନ ଯେମିତି   ଭିଜାଇଥିଲୁତୁ

  ସେମିତି ଭିଜେଇ ଯାଆ ।


ମନେ ପଡେ ସେଇ  ବରଷା ବତାସେ

    ଅମା ଅନ୍ଧକାର ରାତି

ହୃଦୟରେ ଥିଲା   ଅବ୍ୟକ୍ତ ବେଦନା

    ଦେହରେ କାମନା ତାତି

ବିଜୁଳୀ ଝଲସେ   ଘଡଘଡି ନାଦେ

     ଥରାଇଲା ପ୍ରିୟା ଛାତି

ଭୟାତୁରା ମୋର  ମନର ମାନସୀ

    ଚମକି ଆସିଣ କତି

ଜାବୁଡି ଧରିଲା     ତା ଦୁଇ ବାହୁରେ

     ଛାତିରେ ମିଶାଇ ଛାତି

ହୃଦୟେ ବହିଲା   ପୀରତିର ବନ୍ୟା

     ସ୍ରୋତ ତାର ଅମାନିଆଁ

ଭାସିଗଲା ତହିଁ   ଆମ ହୃଦ ପ୍ରାଣ

     ଯେସନ କାଗଜ ନାଆ

ଆରେ ବରଷା .......


ନହୁଲୀ ବୟସ     ଉଛୁଳା ଯୌବନ

    ବର୍ଷା ଭିଜା ମଧୁରାତି

ଭୁଲି ହୁଏନାହିଁ    ସେଦିନର ସେହି

      ଅପାସୋରା ମଧୁସ୍ମୃତି

ବରଷାର ଟୋପା     ଦେହରେ ମୋହର

     ଦେଖି ପ୍ରିୟା ମଧୁମତି

 ପଣତକାନିରେ    ପୋଛି ଦେଉଥିଲା

      ସିଏ ସରାଗରେ ଅତି

ତା କୋଳେ ବସାଇ    ତା ପ୍ରେମେ ଭସାଇ

    ମୋ ପ୍ରିୟା ଲାବଣ୍ୟବତୀ

ତା ସରୁ ଓଠରୁ    ମୁକୁତା ଝରାଇ

    କହି କଥା ମିଠା ମିଠା

ଆରେ ବରଷା ଆ ତୁସେମିତି ବରଷି ଯା

ପ୍ରାଣ ପ୍ରିୟା ମୋର.........


ଭାରି ଅଭିମାନୀ    ମୋ ମନ ମାନସୀ

     କି କହିବି ତାର କଥା

ହସିଦେଇ ପୁଣି     ରୁଷି ବସୁଥିଲା

    ଦେଉଥିଲା ମନେ ବ୍ୟଥା

ତା ସରୁ ଗାଲରେ  ଆଙ୍କିଦେଲେ ଧରି

    ଯେବେ ଏକ ସରୁଚୁମା

ଅଭିମାନ ତାର   ଚୂନା ହୋଇଯାଏ

      ପ୍ରିତି ଟପେ ଶେଷ ସୀମା

ବରଷା ଆସିଲେ   ମନେପଡେ ସେଇ

     ଅଭିମାନୀ ପ୍ରାଣ ପ୍ରିୟା

ଯତେ ଦୂରେ ଥିଲେ  ମୋ ଆଖି ଆଗରେ

       ମନେ ପଡେ ପ୍ରାଣ ପ୍ରିୟା

ଭିଜିବାକୁ ତାର    ସଙ୍ଗେ ଇଚ୍ଛା ଜାଗେ 

    ବର୍ଷାତୁ ବରଷି ଯାଆ

ଆରେ ବରଷା ଆ  ମୋ ଦେହେ ବରଷି ଯା

ପ୍ରାଣ ପ୍ରିୟାମୋର   ଭିଜିବାକୁ ଚାହେଁ

      ତାହାକୁ ଭିଜାଇ ଯାଆ ।

   

   

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance