STORYMIRROR

Madhusmita nag

Romance

3  

Madhusmita nag

Romance

ଆକୃତି

ଆକୃତି

1 min
474

ହୃଦୟର ଭାବନାର ରଙ୍ଗରେ

ଆଙ୍କି ହେଇଗଲା ଏକ ସୁନ୍ଦର ଆକୃତି

ଏକ ଅକୁହା ଉନ୍ମାଦ ଉଠିଗଲା ହୃଦୟରେ

ମନ ନାଚି ଉଠିଲା ସ୍ପନ୍ଦନର ତାଳେ ତାଳେ

ସେଇ ଆକୃତିର ନା ବର୍ଣ୍ଣ ଅଛି ନା ରୂପରେଖ

ତଥାପି ମନ ଵିିିମୋହିିତ ତାର ରୂପରେ

ପ୍ରତିକ୍ଷଣ ଚେତନା ହରେଇ ଚାଲିିିଛି

ତା'ର ଅପୂର୍ବ ସୌନ୍ଦର୍ଯ୍ୟ ଅନୁଭୂତିରେ

ଓଠର ପ୍ରତି ହସରେ ତାର ବର୍ଣ୍ଣନ

ନୟନ‌ର ପ୍ରତ୍ୟେକ ଛବିରେ ତାର ଦୃଶ୍ୟମାନ

ଆକୃତିର ଆକାର ନାହିଁ ସତ

କିନ୍ତୁ ବନ୍ଦୀ ସିଏ ଏକ ଛୋଟିଆ ହୃଦୟର

ମନ ଉଡ଼ି ଚାଲିଛି ରଙ୍ଗୀନ୍ ପ୍ରଜାପତି ଭଳି 

ସ୍ୱାଧୀନ ଭାବରେ ସବୁ ପ୍ରତିବନ୍ଧ ଭାଙ୍ଗି

ଜାଣିନି ତାର ଆକୃତି ପୁରା ହେବ ନା ନାହିଁ

ତାକୁ ତାର ଠିକ ଠିକଣା ମିଳିବ ନା ନାହିଁ

ତଥାପି ମାଡ଼ି ଚାଲିଛି ଆଗକୁ

ରଙ୍ଗହୀନ ସେଇ ଆକୃତି କଳ୍ପନାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance