STORYMIRROR

Madhusmita nag

Romance

4  

Madhusmita nag

Romance

ଅପେକ୍ଷା

ଅପେକ୍ଷା

1 min
465

ଜାଣେନା ତମେ ଆସିବ ନା ନାହିଁ

କିନ୍ତୁ ତୁମ ବାଟ ଚାହିଁ ରହିଛି

ପୂର୍ଣ୍ଣିମା ରାତି ଜ୍ୟୋସ୍ନାହୀନ

ମନ ଫୁଲ ବାସ୍ନାହୀନ

ହୃଦୟ କୋହ ମନରେ ରଖି

ଖାଲି ତୁମ ପାଇଁ ସାଥି ହସୁଛି ମୁହିଁ

ଜାଣେନା ତମେ ପ୍ରେମ କଲ ନା ପ୍ରତାରଣା

କିନ୍ତୁ ତୁମ ବିନା ମନ କାହାକୁ ଖୋଜେନା

ପ୍ରେମ ପୋଖରୀ ର ପଦୁଅଁ ତୁମେ

ମନ ଚାହେଁ ରହିବା ତୁମ ସାଥେ

ଚାହେଁନା ରାସ୍ତା ରେ ହେବା ପାଇଁ କଣ୍ଟା

ଚାହୁଁଛି ହେବା ପାଇଁ ସଜ ଫୁଲ ଫୁଟା

ଜାଣିଛି ଆସିବ ତୁମେ

ମୋ ପାଇଁ ଆସିବ ତୁମେ

ରହିଥିଲି ଅପେକ୍ଷା ରେ

ରହିଛି ଅପେକ୍ଷା ରେ

ରହିଥିବି ଅପେକ୍ଷା ରେ

ବିଶ୍ୱାସ ଅଲିଭା ଦୀପ ଲିଭିବନି

ଅନୁରୋଧ ଯେ ବିଶ୍ୱାସ ଭାଙ୍ଗିବନି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance