STORYMIRROR

Madhusmita nag

Inspirational Others

3  

Madhusmita nag

Inspirational Others

ସୂର୍ଯ୍ୟୋଦୟ

ସୂର୍ଯ୍ୟୋଦୟ

1 min
179

ଏକ ଅକୁହା କାହାଣୀ ନିର୍ଦ୍ଦିଷ୍ଟତା  ଆଶାରେ

ଅନିର୍ଦ୍ଦିଷ୍ଟ ହୋଇ ଗଢି ଚାଲିଛି

ସମୁଦ୍ର କୂଳେ ସୁକ୍ଷ୍ମ ବାଲି ଅଣୁ

ଅସ୍ଥିତ୍ୱ ଆଶାରେ ।

ବାଲି ଘର ତୋଳି ଚାଲିଛି

କିଛି ଜଣା ଅଜଣା ଅନୁଭୂତି

ସମ୍ପୂର୍ଣ୍ଣତା ଆଶାରେ ।

ଅସମ୍ପୂର୍ଣ୍ଣତାକୁ ଆପଣେଇ ନେଇଛି

ହୃଦୟ କୋହରେ ଅବରୁଦ୍ଧ ହୋଇ

ପ୍ରେମ ଆଶାରେ ।

ବିଶ୍ୱାସଘାତକତା କୁ ପିଇଚାଲିଛି

ଦୁନିଆ ନିକିତି ପର୍ଯାୟବିହୀନ

ସ୍ଥିରତା ଆଶାରେ ।

ଅସ୍ଥିରତାରେ ବୁଡିଚାଲିଛି

ପ୍ରଜାପତି ସପନରେ ଉଡିବୁଲି

ପାଖୁଡା ଆଶାରେ ।

କଣ୍ଟାରେ ନିଜକୁ ରକ୍ତାକ୍ତ କରିଚାଲିଛି

ମଣିଷ ଜୀବନର ପଶା ଖେଳରେ

ପାଇବା ଆଶାରେ

ସବୁ କିଛି ହାରିଚାଲିଛି

ଏଇ କଳା କିଟମିଟ ନିସ୍ତବ୍ଧ ରାତି

ଜୀବନର ଏକ ନିରାଟ ସତ୍ୟ

କିନ୍ତୁ ଉଜ୍ୱଳ ସୂର୍ଯ୍ୟୋଦୟ ମଧ୍ୟ ଅପରିହାର୍ଯ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational