STORYMIRROR

Dr Santosh Kumar Panda

Romance

3  

Dr Santosh Kumar Panda

Romance

ବିରହ ଜୀବନ

ବିରହ ଜୀବନ

1 min
345


 ( ବର୍ତ୍ତମାନ ନୂଆ ପିଢ଼ିର କିଛି ଅସଫଳ ଭଲ ପାଇବାକୁ ନେଇ ରଚିତ )


 ପ୍ରକୃତ ଭଲପାଇବା-

 ଜୀବନର ଏଇ ଅଙ୍କା ବଙ୍କା ପଥେ

 କେତେ କିଏ ଭେଟ ହୁଏ,

 ବିତିଯାଏ ଦିନ, ରହିଯାଏ ଚିହ୍ନ (୨ଥର)

 ମନ ତାକୁ ଖୋଜୁଥାଏ

 ଯାହାକୁ ସେ ଭଲପାଏ (୨ଥର) । ଘୋଷା।

ଭଲ ପାଇବାର ଅଭିନୟ:-

 ହୃଦୟ କବିତା ରହିଯାଏ ଅଧା   

 ଅଳ୍ପ ଗଳ୍ପ ସତ ହୁଏ,

 ଉପନ୍ୟାସଟିଏ ଲେଖିବା ଆଗରୁ (୨ଥର)

ଚରିତ୍ର ତ ହଜିଯାଏ।

 ମନ ତାକୁ ଖୋଜୁଥାଏ

 ଯାହାକୁ ସେ ଭଲପାଏ। ୧।

ମନର ସଙ୍ଗୀତ ମୁର୍ଚ୍ଛିତ ଆଗରୁ

 ବୀଣା ତନ୍ତ୍ରୀ ଛିଣ୍ଡିଯାଏ

 ଜୀବନ ନାଟକ ମଞ୍ଚସ୍ଥ ପୂର୍ବରୁ

 ଯବନିକା ପଡିଯାଏ

 ରଙ୍ଗମଞ୍ଚ ଶୂନ୍ୟ ରହେ।

 ମନ ତାକୁ ଖୋଜୁଥାଏ

 ଯାହାକୁ ସେ ଭଲପାଏ।୨।

 ଅଧୁରା ଅଧୁରା ଲାଗେ ଏ କାହାଣୀ

 ସ୍ଵପ୍ନ ସବୁ ଭାଙ୍ଗିଯାଏ

 ନୂଆ ଇତିହାସ ରଚିବା ପୂର୍ବରୁ (୨ଥର)

ପ୍ରତିଶୃତି ଲିଭିଯାଏ ।

 ମନ ତାକୁ ଖୋଜୁଥାଏ

 ଯାହାକୁ ସେ ଭଲପାଏ।୩।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance