Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Romance

3  

Hrushikesh Satpathy

Romance

ପ୍ରେମ ପରିଭାଷା

ପ୍ରେମ ପରିଭାଷା

1 min
372


ପ୍ରେମ ପରିଭାଷା 

ସମସ୍ତଙ୍କୁ ଜଣା ନାହିଁ ,

ପ୍ରେମ ତ ଅନନ୍ୟା ! 

ଖୋଜିଲେ ବି ମିଳେ ନାହିଁ !!


କାହିଁକି ଭାବୁଛ 

ପ୍ରେମ ବନ୍ଧ୍ୟା, କଳଙ୍କିତା ?

ପ୍ରେମ ଯେ ଦୁହିତା , 

ଦୁଇ କୁଳ ପାଇଁ ହିତା....!!


ଗୋଟିଏ କୁଳରେ

ପ୍ରେମ ହୁଏ ଅଙ୍କୁରିତ ,

ଅଙ୍କୁର ତାହାର

ପୁଷ୍ପ ବାସେ ପରିଣୀତ !


ଅନ୍ୟ କୁଳେ ପ୍ରେମ

ପରିଣତ ବୟସରେ ,

ତା' ସୁବାସେ ଛୁଟେ

ମଧୁମୟ ଇଲାକାରେ !!


ପ୍ରେମର ପରିଧି 

ଛୁଇଁଥାଏ ଦିଗ୍ବଳୟ ,

କେତେବେଳେ ପ୍ରଜ୍ଞା 

କେବେ ପୁଣି ସେ ସଂଶୟ !


କେବେ ସେ ଗୋଲାପି 

ଗୋଲାପ ମୃଦୁ ମହକ ,

କେବେ ପୁଣି ତା'ର 

କାମନାର ଅଙ୍କ ନର୍କ !!


ପ୍ରେମ ତ ଅନିନ୍ଦ୍ୟ , 

ଦିବ୍ୟ ଚେତନାର ରୂପ ,

ନବପରିଣୀତା , 

ପୁଣି କେବେ ସେ ବିଦ୍ରୂପ !


କେତେବେଳେ ଦିଏ

ମିଳନମଧୁର ରାତି ,

ବିରହ-ବନ୍ୟାରେ

କେବେ ଜଳେ ହୋଇ ପ୍ରୀତି !!


ମିଳନ ବିଚ୍ଛେଦ

ପ୍ରେମର ଦୁଇ ପାଖୁଡ଼ା ,

ବୃନ୍ତଟି ତାହାର

ସବୁଜ ରଙ୍ଗରେ ଗଢ଼ା !


କାହିଁକି କରୁଛ

ପ୍ରେମରଙ୍ଗକୁ ରକ୍ତାକ୍ତ ?

ପ୍ରେମ ତ ସୁନ୍ଦର

କରନି ତା'କୁ କ୍ଷତାକ୍ତ !!


Rate this content
Log in

Similar oriya poem from Romance