STORYMIRROR

Satyabati Swain

Romance

3  

Satyabati Swain

Romance

ତୁମ ବିଚ୍ଛେଦରେ

ତୁମ ବିଚ୍ଛେଦରେ

1 min
269

ନଈ ପାଣି

ହଳଦିଆ ଧାନ କ୍ଷେତେ

ଯେତେବେଳେ

ମୁହଁ ଦେଖାଏ

ସଞ୍ଜୁଆ ଆକାଶରେ ଜହ୍ନ

ଠିକ୍ ସେତିକି ବେଳେ

ମନପଡ଼ ତୁମେ

ନିୟନ୍ତ୍ରଣ ହରାଏ

ଘନ ଘନ ଦୀର୍ଘଶ୍ବାସ।


ବୟସ ଭାରରେ

ନଇଁ ପଡୁଛି ଆୟୁଷ ଅୟସ

ସୁଲୁ ସୁଲୁ ପବନ

ଦୁମୁ ଦୁମୁ କରୁଛି ଛାତି

ମେଘ ଭର୍ତ୍ତୀ ହୋଇ ଯାଉଛି

ସାରା ଆକାଶଟା

ଲୁଚି ଯାଉଛି ଜହ୍ନ

ଲିଭି ଯାଉଛି ତୁମ ମୁହଁ।


ମନରେ ସବୁଜ କ୍ଷେତର ଜୁଆର

ନଈ ଭର୍ତ୍ତୀ ନାଆ

ଶୀତ ସକାଳ କାକରରେ

ଗାଧୋଇ ପଡିଛି

ଦୁବ ଘାସ

କାକର ଗାଧୁଆ ଦିହରେ ଟୋପା ଟୋପା ବିନ୍ଦୁ

ସେଥିରେ ଝଲସୁଛି ତୁମ ମୁହଁ

ଗଙ୍ଗଶିଉଳି ଗାଉଛି ବିରହ ସଙ୍ଗୀତ

ତୁମେ କଣ ଜାଣି ପାରୁନ !

ନିଃଶବ୍ଦ ରାତିରେ ଜହ୍ନ କେମିତି

କଡ଼ ଲେଉଟାଇ ମୋ ନିଦ ଭାଙ୍ଗେ ?


ଓଃ ଅସହ୍ୟ ତୁମ ବିରହ

ପରଦେଶୀ ବନ୍ଧୁ 

ଜହ୍ନ ହାତେ ବାତିନି ଦେଇଛି

ପଢିବ ମୋ ବିଦଗ୍ଧ ହୃଦୟ

କେମିତି ଭାଜିହୁଏ ତୁମ ବିଛେଦରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance