STORYMIRROR

Tapan Kumar Swain

Romance

3  

Tapan Kumar Swain

Romance

----କୋହ-

----କୋହ-

1 min
318

ଭଲ ପାଇବାକୁ

ଶବ୍ଦର ଧାଡିରେ ସଜାଉ ସଜାଉ

କେତେବେଳେ କବିତା'ତ

କେତେବେଳେ ପାଲଟି ଯାଏ ଗପ

ରାଗ ଆଉ ରୁଷାକୁ ନେଇ

ଫାଟିଯାଏ ସମ୍ପର୍କର ମାଟି'ଯେ

ଯାହାକୁ ତମାମ ଶ୍ରାବଣ ରେ

ଭିଜେଇଲେବି

ଲିଭେନା'ସେ ତାତି ।


କ'ଣ ଥାଏ'ସେ ପ୍ରାପ୍ତିରେ

ଯାହାପାଇଁ ଭୁଲି ହୋଇଯାଏ ଭୋକ

ଆଖି ପତାର ନିଦ

ଜୀବନ ଯାକର ଦୁଃଖ

   ତଥାପି

ସେ ପ୍ରାପ୍ତିରେ ହେଉ

ଅବା ଅପ୍ରାପ୍ତିରେ

କେବଳ ଭଲ ପାଇହୁଏ

 ଭୁଲି ହୁଏନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance