STORYMIRROR

Tapan Kumar Swain

Romance

3  

Tapan Kumar Swain

Romance

----କୋହ-

----କୋହ-

1 min
316

ଭଲ ପାଇବାକୁ

ଶବ୍ଦର ଧାଡିରେ ସଜାଉ ସଜାଉ

କେତେବେଳେ କବିତା'ତ

କେତେବେଳେ ପାଲଟି ଯାଏ ଗପ

ରାଗ ଆଉ ରୁଷାକୁ ନେଇ

ଫାଟିଯାଏ ସମ୍ପର୍କର ମାଟି'ଯେ

ଯାହାକୁ ତମାମ ଶ୍ରାବଣ ରେ

ଭିଜେଇଲେବି

ଲିଭେନା'ସେ ତାତି ।


କ'ଣ ଥାଏ'ସେ ପ୍ରାପ୍ତିରେ

ଯାହାପାଇଁ ଭୁଲି ହୋଇଯାଏ ଭୋକ

ଆଖି ପତାର ନିଦ

ଜୀବନ ଯାକର ଦୁଃଖ

   ତଥାପି

ସେ ପ୍ରାପ୍ତିରେ ହେଉ

ଅବା ଅପ୍ରାପ୍ତିରେ

କେବଳ ଭଲ ପାଇହୁଏ

 ଭୁଲି ହୁଏନା



Rate this content
Log in

Similar oriya poem from Romance