STORYMIRROR

Panchanan Jena

Abstract Romance

4  

Panchanan Jena

Abstract Romance

ମୌସୁମୀ ସୁନ୍ଦରୀ

ମୌସୁମୀ ସୁନ୍ଦରୀ

1 min
316


ପ୍ରତୀକ୍ଷା ପରେ ପ୍ରତୀକ୍ଷା

ଅନନ୍ତ ପ୍ରତୀକ୍ଷାର ଅନ୍ତ କରି

ତୁମେ ଆସିଗଲ---


ଆସିବ ଆସିବ-- ହେଇ ଆସୁଛିର

ଟିଭି ଚ୍ୟାନେଲ ମାନଙ୍କର ଆକଳନ ଭଙ୍ଗ କରି 

ତୁମେ ଆସିଗଲ ---


କେରଳ ଉପକୂଳ ଛୁଇଁବ ଛୁଇଁବ

ଆଣ୍ଡାମାନ ସାଗର ହେଇ ଡେଇଁବ

ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ଦୁର୍ବଳ 

ପାଣିପାଗ ବୈଜ୍ଞାନିକଙ୍କର ଅନୁମାନ 

ତୁମ୍ଭୀ ତୁଫାନ 

ତର୍କ ବିତର୍କ ବୟାନବାଜିକୁ ଫେଲ କରି

ତୁମେ ଆସିଗଲ ----


ତୁମେ ଆସିଗଲ ଭଲକଲ ସବୁରି

ବହୁତ ଭଲକଲ 

କଥା କହିପାରୁ ନ ଥିବା

ତରୁ ତୃଣ ଜୀବଜଗତ ପାଇଁ ଜରୁରୀ

 ରିମ୍ ଝିମ୍ ଥିରି ଥିରି 

ଗୁଣ୍ଡୁଣି ଚାଲି ତୁମରି ମୌସୁମୀ ସୁନ୍ଦରୀ

ପିନ୍ଧି ମେଘମାଳା ଅମ୍ବରୀ

 ଚଢ଼ି କଳାହାଣ୍ଡିଆ ସବାରୀ 

ଆସିଛ ଧରଣୀ ଘରକୁ 

କୂଳବଧୂ ସାଜି ଶୁଭକଳସ ପ୍ରସାରୀ ।


ଆଭୂମ ସ୍ଵାଗତ ତୁମକୁ ତୃଷିତ ପ୍ରାଣର

ଆଣିଛ ସାଙ୍ଗରେ କଳା ବଉଦର ପଟୁଆର

ନାଇଛ ଗଭାରେ ଝଲସିଆ ବିଜୁଳିର ମହ୍ଲାର

ସୁଲୁସୁଲୁ ପବନରେ ତମେ

ଛୁଇଁ ଯାଉଛ ମୋ ଦେହକୁ ବାରମ୍ଵାର

ଭିଜେଇ ଦେଉଛ ପ୍ରେମର ସ୍ପର୍ଶରେ

ଗ୍ରୀଷ୍ମର ଗୁଳୁଗୁଳିରେ ବେହାଲ ଅନୁଃସ୍ଵର ।


ତୁମକୁ ମୋର

 ରହିଲା ରାଣ ମୌସୁମୀ

ଏତେ ଜଳଦୀ ଛାଡିକି ଯିବିନି

ଫେରିଯିବନି ବାପଘର ରାଗିବିନି

ତୁମ ବିହୁନେ ଦେଖୁନ

ରଙ୍ଗରସ ସବୁ ଦାରୁଣ ବେଦନା ବିଧୂର ହେଲାଣି ।


ବର୍ଷି ଯାଅ ବର୍ଷି ଯାଅ

ଗୀତ ଗାଇ ଗାଇ ମତୁଆଲା କର

ତୃପ୍ତ କର ତୃଷିତ ଅବନି 

 ଧରଣି ରାଣୀ ପାଇଁ ଆଣିଦିଅ

ସବୁଜ ଅମ୍ବର ।


Rate this content
Log in

Similar oriya poem from Abstract