STORYMIRROR

Pratima Satpathy

Romance

4  

Pratima Satpathy

Romance

ରଜ ମଉଜ

ରଜ ମଉଜ

1 min
211


ପୁଣ୍ୟ ଓଡ଼ିଶାର ସବୁଠାରୁ ବଡ଼

    ପରବ ଅଟଇ ରଜ

ତିନି ଦିନ ଧରି ପାଳନ କରନ୍ତି

   ହୋଇକରି ସଜବାଜ.।

ବନସ୍ତେ ଡାକିଲା ଗଜ ଲୋ ସଙ୍ଗାତ

    ଆସିଗଲା ପର୍ବ ରଜ

ନାହିଁ ସେ ବନସ୍ତ ଡାକୁନାହିଁ ଗଜ

   ନାହିଁ ସେ ରଜ ମଉଜ.।

ଆମ ପିଲାବେଳେ ସାଙ୍ଗସାଥି ମେଳେ

    ପାଳୁଥିଲୁ ପର୍ବ ରଜ

ସବୁ ଝିଅମାନେ ସାଙ୍ଗହୋଇ ଦୋଳି

    ଖେଳନ୍ତି କରି ମଉଜ.।

ରଜ ତୋଟା ଆଜି ପଡ଼ିଅଛି ଶୂନ୍ୟ

    ନାହିଁ ସେଠି କିଛି ଗଛ

ନିଜ ନିଜ ଘରେ ଲାଗୁଅଛି ଦୋଳି

    ଖେଳନ୍ତିନି ଲୁଡୁ, ତାସ.।

ପୋଡପିଠା ଆଉ ହେଉନାହିଁ ଘରେ

    ନାହିଁ ସେହି ରଜ ପାନ

ପୂର୍ବର ରଜପରବ ଆଜିକାଲି

   ହେଲାଣି ସାତ ସପନ.।

ରଜ ଆସୁଥିଲା କେତେ ଖୁସି ନେଇ

    ପୂର୍ବ ଦିନ ସଜବାଜ

ପହିଲିରଜ ଓ ରଜ ସଙ୍କରାନ୍ତି

   ତା ପରେ ଯେ ଶେଷ ରଜ.।

ଚାରିଦିନେ ହୁଏ ବସୁମତୀ ସ୍ନାନ

    ପୃଥିବୀ ମାତା ସମ୍ମାନେ

ଏହିପରି ରଜ ପରବ ପାଳନ୍ତି

    ଓଡ଼ିଶାର ଲୋକ ମାନେ.।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance