STORYMIRROR

Kali Kumar

Romance

3  

Kali Kumar

Romance

ଭାଙ୍ଗିବ ତ, ଭାଙ୍ଗ

ଭାଙ୍ଗିବ ତ, ଭାଙ୍ଗ

1 min
200


ଗଢ଼ିବା ଭାଙ୍ଗିବା ତ

ଗୋଟିଏ ପ୍ରକ୍ରିୟା, ଗୋଟେ ଗଠନାତ୍ମକ ଧ୍ବଂସ

ନୂଆ ଜୀବନର ଏକ ପ୍ରଲମ୍ବିତ ଉଛ୍ୱାସ;


ସେଥିପାଇଁ ବୋଧେ ତୁମେ ମତେ

ଭାଙ୍ଗିବାକୁ ଭଲ ପାଅ !


ହଠାତ ! ସେ ଦିନ ସେ ପାହାଡ଼ଟା

ଭାଙ୍ଗିଲା, କେତେ ଦିନ ଆଉ ଛାତିକୁ

ପଥର କରି ଏତେ ସବୁ ସଂକୋଚନ - ପ୍ରସାରଣ

ସହୁଥାନ୍ତା , ତା' ର ତ ବି ଗୋଟିଏ ସୀମା ଅଛି ନା !


ଭାଙ୍ଗିଲା, ଖଣ୍ଡ ବିଖଣ୍ଡିତ ହେଲା, ଚୂର୍ଣ୍ଣିଭୂତ ହେଲା,

ଖରାରେ ଶିଝିଲା, ଧୂଳିରେ ଗଡ଼ିଲା, ବାୟୁରେ ଉଡ଼ିଲା,

ପାଣି ଛୁଇଁଲା ପରେ ମାଟି ହେଲା,

ଆଉ ତା' ପରେ ?

ତା'ପରେ ହାଣ୍ଡି, କଳସ, ଘଟ, ଇଟା, ମୂର୍ତ୍ତି ଗଢ଼ା ହେଲା ।


ଭାଙ୍ଗିଲା ବୋଲି ସିନା ଏତେ କିଛି ସମ୍ଭବ ହେଲା,

ଏତେ କିଛି ରୂପ ନେଲା,

ନହେଲେ ଯେ ପଥରକୁ, ସେଇ ପଥର, ସେଇ ପାଷାଣ ।


ଭାଙ୍ଗୁଛ ତ, ଭଙ୍ଗ !

ମୁଁ ପ୍ରତିବାଦ କରିବି ନାହିଁ,

ରାସ୍ତାଘାଟରେ ଧର୍ମଘଟ କରିବି ନାହିଁ,

ଟାୟାର ଜଳେଇ ଧୂଆଁରେ ମିଳେଇବି ନାହିଁ

ଏସବୁତ ଅକ୍ଷମଙ୍କ ପରିଚୟ, ବରଂ

ତୁମର ପ୍ରତ୍ୟେକ ଭାଙ୍ଗିବାରେ

ମୁଁ ନୂଆ ନୂଆ ଜୀବନ ପାଉଥିବି,

ନୂଆ ନୁଆ ପରିଚୟ ନେଉଥିବି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance