STORYMIRROR

Bijay Prusty

Romance

3  

Bijay Prusty

Romance

ଏଥର ଆଉ ସ୍ୱପ୍ନ ନୁହେଁ

ଏଥର ଆଉ ସ୍ୱପ୍ନ ନୁହେଁ

1 min
154



ଚାହିଁ ଦେଖ ସଖୀ ପଶ୍ଚିମ ଆକାଶେ

ସୂରୁଜ ଯାଉଛି ଡୁବି

ମନତଳେ ମୋର ଦିଶିଲାଣି ଦେଖ

ତୁମରି ସୁନ୍ଦର ଛବି ।

ନୀଳ ଗଗନରେ ଅନ୍ଧାରକୁ ତଡି

ଜହ୍ନ ଆସିଲାଣି ଉଇଁ

ପୁଷ୍କରିଣୀ ବୁକେ ଚନ୍ଦ୍ରମା ଦିଗରେ

ଚାହିଁଲାଣି ନୀଳକଇଁ ।

ତାରାଫୁଲ ଫୁଟି ଆକାଶ ଅଗଣା

ଦିଶିଲାଣି ମନଲୋଭା

ମନ ହେଉଛି ଲୋ ତୋଳିଆଣି କିଛି

ସଜାନ୍ତି ତୁମର ଗଭା ।

ମନ୍ଦ ସମୀରଣ ତୁମରି ଦେହକୁ

ଛୁଇଁଲାଣି ଥିରି ଥିରି

ମନତଳେ ମୋର ଶତ କଦମ୍ବର

ରୋମାଞ୍ଚ ଗଲାଣି ଭରି ।

ଆଶାର ମିନାର ରଙ୍ଗ ଅବିରରେ

ରଙ୍ଗୀନ ଦିଶୁଛି ଦେଖ

ପ୍ରୀତିର ସଉଧ ତୋଫା ଦିଶୁଛି ଲୋ

ହଜିଲାଣି ସବୁ ଦୁଃଖ ।

ଗୋଟିଏ ରାତିରେ କୋଟିଏ ସପନ

ଦେଖିବାକୁ ଚାହେଁ ଆଖି

ସାଥି ହୋଇ ସ୍ୱପ୍ନ ସାକାର କରିବା

ଆସ ସଖୀ ଆସ ସଖୀ ।

        


Rate this content
Log in

Similar oriya poem from Romance