STORYMIRROR

Lokanath Rath

Romance

3  

Lokanath Rath

Romance

ଏବେ ଏବେ ଯାଇଛ ତୁମେ

ଏବେ ଏବେ ଯାଇଛ ତୁମେ

1 min
161

ଆକାଶେ ଦେଖି କଳା ବାଦଲ ଆଜି 

  ଭାବଇ ଆଜି ମୁଁ ତ ମନେ ମନେ, 

ବରଷିବ ସତେ ମୂଷଳ ଧାରାରେ 

  କିନ୍ତୁ, ଏବେ ଏବେ ଯାଇଛ ତୁମେ.


ଲାଗେ ସତେ ଭରି ନାହିଁ ତୁମ ମନ 

  କିବା କରୁଛ ତୁମ ମତି ଭ୍ରମେ, 

ତୁମ କଥା କେମିତି କେମିତି ଲାଗେ 

  ଜାଣେ,ଏବେ ଏବେ ଯାଇଛ ତୁମେ. 


ଏବେ ଲାଗେ ତୁମେ ବଡ଼ ତ ଚତୁର 

 ଶ୍ରାବଣ ପଡ଼ିଲ କି ତୁମେ ପ୍ରେମେ ?

ଧରଣୀକୁ ବାର ବାର ଛୁଅଁ ତୁମେ 

 ଫେରି, ଏବେ ଏବେ ଯାଇଛ ତୁମେ. 


ତୁମକୁ ଦେଖି ଏବେ ମନ ମୋ କହୁଛି 

  ଲାଗେନା ମନ ତୁମ କେଉଁ କାମେ, 

ସେଥିପାଇଁ ଫେରିବାକୁ ଚାହଁ ପୁଣି 

  ତେବେ,ଏବେ ଏବେ ଯାଇଛ ତୁମେ. 


ଯେବେ ତୁମ ବେଳ ଥିଲା ତ ସତରେ 

  ଲୁଚି ଲୁଚି ଆସିଥିଲ ସରମେ, 

ରହି ରହି ଛୁଇଁଥିଲ ଧରଣୀକୁ 

  କାହିଁ, ଏବେ ଏବେ ଯାଇଛ ତୁମେ.


ଯଦି ତୁମେ ପଡ଼ିଲ ଧରଣୀ ପ୍ରେମେ 

  ଝରିଥାନ୍ତ ତୁମେ ବଡ଼ ବିକ୍ରମେ, 

ମନଭରି ଛୁଇଁଥାନ୍ତ ତୁମେ ତାକୁ 

 ସେବେ, ଏବେ ଏବେ ଯାଇଛ ତୁମେ. 


ଏବେ ତୁମେ ତ ପଡିଗଲରେ ଧରା 

  ଦେଖୁବ ଧରଣୀ କେମିତି ଝୁମେ ?

ସେଥିପାଇଁ ଏବେ ରଚୁଛ ନାଟକ 

  ସତେ, ଏବେ ଏବେ ଯାଇଛ ତୁମେ. 


ଯାହାହେଉ ଆଉ ସମୟ ତ ନାହିଁ 

  ଶେଷ କର ବରଷି ତୁମ କାମେ, 

ମନଭରି ଛୁଇଁଯାଅ ଧରଣୀକୁ 

 ଥରେ, ଏବେ ଏବେ ଯାଇଛ ତୁମେ. 


ଶ୍ରାବଣ ହେ କର ନାହିଁ ଆଉ ଡେରି 

  ଝରି ଝରି ପୁରୁ ତୁମର ଶ୍ରମେ, 

ତୁମ ଇଚ୍ଛା,ତୁମ ମନର ଏ ଆଶା 

  ସବୁ,ଏବେ ଏବେ ଯାଇଛ ତୁମେ. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance