ଏମିତି ବି ହୁଏ ବେଳେବେଳେ
ଏମିତି ବି ହୁଏ ବେଳେବେଳେ
ଏମିତି ବି ହୁଏ ବେଳେ ବେଳେ
ଭାବନାଗୁଡିକ ଅସ୍ତବ୍ୟସ୍ତ କରେ ମନକୁ, କିନ୍ତୁ
ଶବ୍ଦ ଗୁଡିକ ଦୂରେଇ ଯାଆନ୍ତି ଭାବନା ସହରରୁ
କେଉଁ ଏକ ବହଳ ଅନ୍ଧକାରକୁ।
କେତେ ଖୋସାମତ କରିବାକୁ ପଡ଼େ ଶବ୍ଦକୁ
ଆସିବାକୁ ଭାବନା ସହରେ
ଜୀବନର ଅକୁହା କଥାକୁ ଲେଖିଦେଇ
କଲମ ମୁନରେ......
ଶୋଇଯାଆନ୍ତି ଶାନ୍ତିର ଚିରନିଦ୍ରାରେ।

