STORYMIRROR

JAGYASINI PARIDA

Tragedy Others

4  

JAGYASINI PARIDA

Tragedy Others

ଲୁଚିଛି କେତେ ଦୁଃଖ ତା ପଣତକାନିରେ

ଲୁଚିଛି କେତେ ଦୁଃଖ ତା ପଣତକାନିରେ

1 min
325

ଲୁଚିଛି କେତେ ଦୁଃଖ ତା ପଣତକାନିରେ

ଭିଜିଛି କେତେ ତକିଆ ତା ଆଖିର ଉଷ୍ମ ଅଶ୍ରୁରେ

ନୀରବିଛି କେତେ ସତ ତା'ପାଟି ଭିତରେ 

ଭାଙ୍ଗିଛି କେତେଥର ତା ହୃଦୟ ଜୀବନର ଯନ୍ତ୍ରଣାରେ ।


ତଥାପି ସେ ହସୁଛି ପ୍ରତି ମୁହୂର୍ତ୍ତରେ 

ଲୁଚାଇ ରଖିଛି ଅଜସ୍ର କୋହକୁ ତା ମନ ଭିତରେ 

ଜୀବନର ରଙ୍ଗମଞ୍ଚେ ନିଖୁଣ ଅଭିନେତ୍ରୀଟିଏ ହୋଇ 

ଯେମିତି ଈଶ୍ୱରଙ୍କ ବରଦାନ ପାଇ 

ଏ ଧରାପୃଷ୍ଠକୁ ସେ ଆସିଛି ଧାଇଁ କେବଳ

ସଭିଙ୍କ ସେବା କରିବା ପାଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy