STORYMIRROR

JAGYASINI PARIDA

Inspirational Others

3  

JAGYASINI PARIDA

Inspirational Others

ଜଗତଜନନୀ ମା ଦୁର୍ଗା

ଜଗତଜନନୀ ମା ଦୁର୍ଗା

1 min
223

ବରଷକ ପରେ ଫେରୁଛନ୍ତି ମା

ସଙ୍ଗେ ଆଣି ଶାନ୍ତି, ପ୍ରୀତି 

ସଦ୍ଭାବନା, ସଦ୍ ପ୍ରେରଣା ଆଦି ପ୍ରତିଷ୍ଠା କରିଣ 

ଜଗତେ ରଚିବେ କୀର୍ତ୍ତି ।


ସହରଠୁ ପୁର ପଲ୍ଲୀ ଯାଏ ସବୁଠି

ଉତ୍ସବ ମୁଖରିତ ଆଜି 

"ମା " ଜଗଦମ୍ବେ ଆସୁଛନ୍ତି 

ସିଂହ ବାହନେ ମହିଷାମର୍ଦ୍ଦିନୀ ସାଜି। 


ଆଲୋକମାଳାରେ ହୋଇ ସୁସଜ୍ଜିତ

ଝିଲିମିଲି ଦିଶିବ ପୂଜା ମଣ୍ଡପ 

ପିଠା, ପଣା ପୁଣି ଭୋଗ, ନୈବେଦ୍ୟ ଆଉ 

ନୃତ୍ୟ ସଙ୍ଗୀତ ସହ ଚତୁର୍ଦ୍ଦିଗ ହେବ ମୁଖରିତ।


ଶୁଭ ଶଙ୍ଖ, ଢୋଲ, ମହୁରୀ ବାଦ୍ୟେ

ପ୍ରକମ୍ପିତ ହେବ ସବୁ ଶକ୍ତିପୀଠ

ଯା 'ଦେବୀ ସର୍ବ ଭୂତେଷୁ ଶ୍ଲୋକ ସଙ୍ଗେ

ପଢ଼ାଯିବ ପୁଣି ଚଣ୍ଡପାଠ।


ଶକ୍ତି ସମନ୍ଵିତ, ସବୁଠୁ ପ୍ରଖର 

ଲାଲ୍ ରଙ୍ଗ ଅଟେ ପ୍ରିୟ ରତ୍ନପ୍ରିୟାଙ୍କର

ନବରାତ୍ରି ଅବସରରେ" ମା "ପରିଧାନ କରି ଲାଲ୍ ବସ୍ତ୍ର 

ଦୁଃଖ ନାଶ କରିବେ ଧରାବାସୀଙ୍କର।


ଦୁଷ୍ଟ ଦାନବଙ୍କୁ ସଂହାର କରିବେ

"ମା" ହୋଇ ଲାଲ୍ ରକ୍ତମୁଖା

ସୁଖ, ଶାନ୍ତି, ମୈତ୍ରୀ ଫେରାଇ ଆଣିବେ

ଭକତ ମାନଙ୍କୁ କରି ଅନୁକମ୍ପା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational