STORYMIRROR

JAGYASINI PARIDA

Romance

4  

JAGYASINI PARIDA

Romance

ପ୍ରେମର ଅର୍ଥ

ପ୍ରେମର ଅର୍ଥ

1 min
213

ଜାଣିନି ମୁଁ ପ୍ରେମର ଆକ୍ଷରିକ ଅର୍ଥ

ହେଲେ ଜାଣେ ତା ବିନା ଏ ଜୀବନ ନିରର୍ଥ

ପ୍ରେମ ଏକ ସୁନ୍ଦର ଦିବ୍ୟ ଅନୁଭୂତି

ଯହିଁ ମିଳେ ପରମ ତୃପ୍ତି।


ପ୍ରେମ ମାନେ ନାହିଁ ଜାତି,ବର୍ଣ୍ଣ ଅବା ଧର୍ମ

କାରଣ ସେ ହେଉଛି ସର୍ବଦା

ଚିରନ୍ତନ, ଅନନ୍ତ ଆଉ

ଗଗନ ସଦୃଶ ଅସୀମ।


ପ୍ରେମ ଏକ ପବିତ୍ର ଉପଲବ୍ଧି

ତାର ସତ୍ତା ଓ ସ୍ମୃତି ନିଆରା

ଯାହା ପାଇଁ ଜୀବନ ହୁଏ 

ସୌନ୍ଦର୍ଯ୍ୟ ରେ ଭରା।


ସେ ସତ୍ୟ, ସେ ସୁନ୍ଦର

ସେ ଭରସା, ସେ ବିଶ୍ବାସ

ସେଥିପାଇଁ ତ ଜୀବନରେ

କଦାପି ହୁଏନା ପ୍ରେମର ଶେଷ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance