STORYMIRROR

JAGYASINI PARIDA

Romance

3  

JAGYASINI PARIDA

Romance

ନିରୀହ ସ୍ଵପ୍ନ

ନିରୀହ ସ୍ଵପ୍ନ

1 min
204

ନିରୀହ ସ୍ଵପ୍ନ ସବୁ ମରିଯାଆନ୍ତି

କେବେ ତୁମ କଟୁ ବକ୍ତବ୍ୟରେ ପୁଣି

ତୁମେ ଦେଇଥିବା ଯନ୍ତ୍ରଣାର ଜ୍ୱାଳାରେ

ହରାଇ ବସନ୍ତି ପୁଣି ନିଜର 

ଅସ୍ତିତ୍ଵ,ଓ ବିଶ୍ବାସକୁ ସେ ସମୟରେ।


ସେଇ ନିରୀହ ସ୍ଵପ୍ନ ସବୁ ଚେଇଁଉଠନ୍ତି

ପୁଣି ପକ୍କା ସମାଧି ଭିତରୁ

ତୁମ ଭଲପାଇବାର ଶୀତଳ ସ୍ପର୍ଶରେ 

ଅନୁଭବ କରନ୍ତି ବାସ୍ତବତାର ସତ୍ତାକୁ

ଭିଜିଯାଇ ତୁମ ପ୍ରେମର ବର୍ଷାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance