STORYMIRROR

JAGYASINI PARIDA

Tragedy

3  

JAGYASINI PARIDA

Tragedy

ମନେ ପଡେ ମନର ଅକୁହା ବେଦନା

ମନେ ପଡେ ମନର ଅକୁହା ବେଦନା

1 min
172

ମନେ ଅଛି ମୋ ଅନେକ ଅକୁହା ବେଦନା

କିନ୍ତୁ ପାରେନା କାହାକୁ କହି

କହିଲେ ଅବା କିଏ ସେ ଶୁଣିବ

ତା ମରମ ଭିତରକୁ ଯାଇ।


ଶୁଣେଇବା ଲୋକ ତ ବହୁତ ଅଛନ୍ତି

ଶୁଣିବା ଲୋକଟି ନାହିଁ

ସବୁ ଜାଣି ସୁଦ୍ଧା ଅବୁଝା ଯଦି ସେ

କେମିତି ବୁଝାଇବି ତାକୁ ମୁହିଁ

ପାରିବ କି କିଏ କହି ।


ଯମ ଯନ୍ତ୍ରଣାଠୁ ଅଧିକ ଯନ୍ତ୍ରଣା 

ମନର ଯନ୍ତ୍ରଣା ସବୁ 

ଯେତେ ଚେଷ୍ଟା କଲେ ସେଗୁଡିକ ସବୁ 

କରିପାରେନା ମୁଁ କାବୁ। 


ସନ୍ଦେହ ନିଆଁଟା ଏତେ ବ୍ୟାପକ ଯେ

ନିମିଷକେ ବ୍ୟାପିଯାଏ

ସମ୍ପର୍କ ଡୋରକୁ ଗୋଟେ ମୁହୂର୍ତ୍ତରେ

ଭାଙ୍ଗି ଚୁରମାର୍ କରିଦିଏ।


ଏକାକୀ ବସିଲେ ମନେ ପଡିଯାଏ 

ଅତୀତରେ ତୁମ ସହ ସବୁ ସ୍ମୃତି 

ଅଶ୍ରୁସିକ୍ତ ହୁଏ ବେନି ନୟନଟା 

ଥରିଉଠେ ପୁଣି ଛାତି। 


ଭରସା, ବିଶ୍ବାସ ସବୁ ଭାଙ୍ଗି ଦେଇଗଲ

ଚାହିଁଲନି ଥରେ ପଛକୁ 

ସେଇ ଯନ୍ତ୍ରଣାରେ ଆଜି ମୁଁ ଜଳୁଛି, 

ଜଳୁଥିବି ତିଳ ତିଳକୁ ।


ଇଚ୍ଛା ହୁଏ ଯେତେ କଷ୍ଟ ମୋ ଜୀବନେ 

ଲୁହ ହୋଇ ଝରାଇ ଦେବାକୁ କିନ୍ତୁ

ଅମାନିଆ ଆଖି ରାଜି ହୁଏ ନାହିଁ

ସାଥ୍ ମୋ ସହ ଦେବାକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy