STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଗୁଡ଼ ଫ୍ରାଇ‌ ଡେ

ଗୁଡ଼ ଫ୍ରାଇ‌ ଡେ

1 min
12


ଏମିତି ବହୁ ବିଶିଷ୍ଟ ବ୍ୟକ୍ତି

   ପ୍ରତ୍ୟହ ମରୁଛନ୍ତି,

ତାଙ୍କ ମୃତ୍ୟୁରେ ଶୋକ ଦିବସ 

   ସମସ୍ତେ ପାଳୁଛନ୍ତି।

କିନ୍ତୁ ଏଠାରେ ଦିଶେ ପ୍ରାର୍ଥକ୍ଯ‌

   ଯୀଶୁଙ୍କ ମୃତ୍ୟୁ ଦିନ,

ଗୁଡ୍‌ ଫ୍ରାଇଡେ ବୋଲି ପାଳନ

   କରେ ଜଗତ ଜନ।

ହୋଲି ଫ୍ରାଇ ଡେ ଗ୍ରେଟ୍ ଫ୍ରାଇ ଡେ

   କେତେକ କହୁଛନ୍ତି,

ସବୁଠୁଁ ଶୁଭ ଶୁକ୍ରବାରଟି

   ସଭିଏଁ ମାନୁଛନ୍ତି‌।

ଜଗତ ହିତ ପାଇଁ ଯାହାଙ୍କ

   ଜୀବନ ବଳିଦାନ,

ସେ ପ୍ରଭୁ ଯୀଶୁ କେଡ଼େ ମହାନ

   ଜନ୍ମ ତାଙ୍କର ଧନ୍ୟ।

ମଣିଷ ପାପ ଭାରକୁ ନିଜ

    ମଥାରେ ମୁଣ୍ଡାଇଲେ‌,

କ୍ରୁଶବିଦ୍ଧରେ ରହି ଜଗତ

    ମଙ୍ଗଳ ମନାସିଲେ‌।

ଦିବ୍ୟ ଜ୍ଞାନରେ ଜାଣିଲେ ଯାହା

    ବିଧିବିଧାନ ତତ୍ତ୍ଵ,

ଯେଉଁ ମଣିଷ ଯେ ପାପ କରେ

   ଭୋଗିବ ଯଥା ନର୍କ।

ମଣିଷ ପାପ ଅଭିଯୋଗର

   ପାଇ ପ୍ରମାଣ ପତ୍ର,

ନିଜ କ୍ରୁଶରେ ଆଧିପତ୍ୟ ଓ

   କ୍ରୋଧକୁ କଲେ ହତ।

ପରମେଶ୍ବର ସ୍ଵରୂପେ ପାପୀ

   ଜନଙ୍କୁ‌ କଲେ କ୍ଷମା,

ପାପକୁ ଘୃଣା କର ପାପୀଙ୍କୁ

   ଘୃଣା କରନା ଜମା।

କ୍ରୁଶବିଦ୍ଧରେ ମୃତ୍ୟୁ ବରଣ

   କରିବା ସମୟରେ,

ସମର୍ପି ଦେଲେ ଆମମାନଙ୍କ  

   ପାପ ପ୍ରଭୁଙ୍କଠାରେ‌।

ହେ ପ୍ରଭୁ ଯୀଶୁ କି ଉପାଦାନେ

   ହୋଇଥିଲ ହେ ଗଢ଼ା,

ନିର୍ଦ୍ଦୋଷ ହୋଇ କିଭଳି‌ ପ୍ରଭୁ

  ହୋଇଲ‌ କ୍ରୁଶେ‌ ଛିଡ଼ା?

ତୁମେ ତ ସ୍ଵୟଂ ବିଷ୍ଣୁଙ୍କ ଦୂତ

  ଆମେ ଏ ଯୁଗ ନର,

ଆମେ କାହାର ପଦେ ସହୁନା

  ଉଠାଉ‌ ହତିଆର‌।

ତୁମେ କପଟ‌,କ୍ରୋଧ, ହିଂସାର

   ଉର୍ଦ୍ଧ୍ବରେ ଥିଲାବେଳେ,

ଆମେ କପଟ ମାୟା ଅସ୍ତ୍ରକୁ

   ଧରିଛୁ‌ ସବୁବେଳେ।

ତ୍ୟାଗ ସହିଷ୍ଣୁ ଦୟା କ୍ଷମାର

   ତୁମେ ତ ଅବତାର,

ଆମେ ଅନ୍ୟର ଅନିଷ୍ଟ‌ କାର୍ଯ୍ଯେ

   ଅଟୁଁ ଯେ ଧୂରନ୍ଧର।

ଏତେ ପାପୀଙ୍କୁ କ୍ଷମା କରିଛ

   ହେ କ୍ଷମା ଅବତାର,

ମୁଁ ଜଣେ ପାପୀ କ୍ଷମା ମାଗୁଛି

   ଯୀଶୁ ଉଦ୍ଧାର କର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy