କଥା ତ ଏତିକି
କଥା ତ ଏତିକି
କଥା ତ ଏତିକି
ଦେଇଥିଲେ ବାଣ୍ଟିଥିଲେ ପାଇ
ସାହାର୍ଯ୍ୟ କରିଥିଲେ ମିଳଇ
ପୋତିଥିଲେ ରୋପିଥିଲେ ଫଳଇ
କଥା ତ ଏତିକି
ପରିଶ୍ରମ ହିଁ ସଫଳତା
ସୁଉଦ୍ୟମ ହିଁ ସୃଜନତା
ସୁପ୍ରୟାସ ହିଁ ସିଦ୍ଧତା
କଥା ତ ଏତିକି
ଚେଷ୍ଟାରେ ମିଳନ୍ତି ଲକ୍ଷ୍ମୀ
ଅଭ୍ୟାସେ ମିଳନ୍ତି ସରସ୍ଵତୀ
କସରତେ ମିଳନ୍ତି ହନୁମାନ
ଆଉ ଧ୍ୟାନେ ମିଳନ୍ତି ସ୍ୱୟଂ ଭଗବାନ ।
କଥା ତ ଏତିକି
ଚାଷ ହୁଡିଲେ ବରଷେ
ଋତୁ ବଦଳିଲେ ମାସେ ଦି ମାସେ
ପାଣିପାଗ ବଦଳିଲେ ବାରମାସେ
ଆଉ ରାଗ ବଦଳିଲେ ହରଷେ
ଘରେ ଖେଳିଯାଏ ସୁମନ ପରଶେ
କଥା ତ ଏତିକି
ଫୁଲ ଫୁଟିଲା କେତକୀ
ଅଗରେ ହଲିଲା ସେବତୀ
ଡାଳରେ ଝୁଲିଲେ ମହକିବ କି ?
ଚାଙ୍ଗୁଡିରେ ପଡ଼ି ଶୋଇଲେ ସାଜିବ କି ?
ପ୍ରଭୁଙ୍କ ପାଦରେ ଗଳାରେ ମୁଣ୍ଡରେ ଛୁଇଁଲେ
ଜୀବନ ଧନ୍ୟ ଅନନ୍ୟ ହେବନି କି ?
ସମସ୍ତେ ଅମୃତର ସନ୍ତାନ
ବିଷ ବୁଣନ୍ତି କଥାରେ କର୍ମରେ
ସମସ୍ତେ ବିଜ୍ଞାନୀ ବିଦ୍ଵାନ
ଅନ୍ୟକୁ ଠକିଥାନ୍ତି ଗର୍ବରେ
ସମସ୍ତେ ଚାଲାଖ ଚତୁର
ହାରି ଯାଆନ୍ତି ନିଜ ଯୁଦ୍ଧରେ
ସମସ୍ତେ ମଞ୍ଚ କଳାକାର
ବିପଦ ବେଳେ ପରଶ୍ରୀକାତର
ସମସ୍ତେ ଶଳା ସଇତାନ୍ ଚୋର
ତାଳି ମାରନ୍ତି ମୋ ଦେଶ ବିଶ୍ଵଗୁରୁ
ଶହେରୁ ନବେ ବେଇମାନ
ଛାତି ଫଟେଇ ଜିଲ୍ଲାନ୍ତି ମୋ ଭାରତ ମହାନ
କଥା ତ ଏତିକି
ମଣିଷ ମାଳମାଳ ହାଉଯାଉ
ମାତ୍ର ମଣିଷ କାହିଁ ମଣିଷପଣିଆ ନାହିଁ
ମାନବିକତା ଯାଇଛି ବୈରାଗ୍ୟ ଡେଇଁ
ସ୍ଵାର୍ଥାନ୍ଧ ନିଶାରେ ପାଗଳ ଦ୍ଵିଜବର
ବାହୁବଳେ ଅର୍ଥବଳେ ଛଳେବଳେ
କରାୟତ୍ତ କରିବ ଜନବଳ
ଭୁଲିଯାଏ ଜାଣି ଜାଣି ଆଖି ଜଳକା
ଅକ୍ଷୟ ହେବ ଧର୍ମ ଜଗତେ
ପାପର ହେବ କ୍ଷୟ
ଶେଷରେ ଜିତିବ ନ୍ୟାୟ
କର୍ମ କର୍ଷଣେ ଗାତ୍ର ଦାହ
ଶିକ୍ଷା ହିଁ ସର୍ବେଶ୍ଵରାୟ
ପୂଣ୍ୟ ଅର୍ଜନେ ଧ୍ୟାନମନ
ବିଭୁ ପଦାଙ୍କ ଧର୍ମଧାରାୟ ।।