STORYMIRROR

Sagarika Dash

Tragedy

4  

Sagarika Dash

Tragedy

ଉତ୍କର୍ଷ

ଉତ୍କର୍ଷ

1 min
23


ତୋ ପାଦର ଚିତାକୁ ଚନ୍ଦନ କରି

     ଲଙ୍ଘି ଯିବି ସାଗରକୁ

ତୋ ଗଳାର ମାଳିକୁ ଗୁନ୍ଥି ଦେବି

      ପେନ୍ଥି ପେନ୍ଥି କରି ହୃଦୟ ନିକଷକୁ।

ତୋ ମହିମା ଗାରିମା ନିଷ୍ପେସତାକୁ

      ଅକଣ୍ଟ କମଳ ପାଦୁକା ପରି

ସାଦରେ ବାଣ୍ଟିବି ମୁଁ ନିରୀହ ନାରୀ ।


      ସୃଜନୀ ଶକ୍ତିରେ ଭରିଥାଏ ଆତ୍ମ ଶକ୍ତି

            ପ୍ରଥମ ଅଧ୍ୟାୟ ଶୃତି ପରାଏ

     ଦ୍ଵିତୀୟ ପଠନ ତୃପ୍ତି।

 

ସେହି ପଠନଟି ଜ୍ଞାନ ରୂପେ ବିହରନ୍ତି 

      ବ୍ୟକ୍ତ ପ୍ରତିଦାନେ ବ୍ୟକ୍ତି ହୋଇଥାଏ 

ଅଳ୍ପ ବହୁତ ର ସାନ୍ନିଧ୍ୟ ଲଭେ

       ସୁନ୍ଦର ଶରୀର ନିଜସ୍ଵ ନୁହେଁ

ମିଳିଥାଏ ଈଶ୍ବରଙ୍କ ଆଶୀର୍ବାଦେ।


     ଅଗନା ଅଗନି ବନସ୍ତ ରେ ଏବେ ଖୋଜି ବୁଲୁଛନ୍ତି ଜ୍ଞାନ

            ଏତେ ଜ୍ଞାନୀ ହୋଇ ତଥାପି ବୁଝିନୁ

    ସତେ ତୁ ମୂଢ ମାନବ ।

ନିଜକୁ ତୋହର ଅତି ପ୍ରିୟ ଭାବେ 

     ଏ କେଉଁ ଅଜ୍ଞାନ ତା ମୋର 

ସବୁରି ଥାଳରେ ପସରା ଭରିଛୁ

      ପ୍ରିୟ ଠୁ ପ୍ରିୟା କୁ କରାଇ ଦୂର।


   ବୁଦ୍ଧି ହଜିଯାଏ ଶକ୍ତି ରହିଯାଏ

        ସମାନତାର ସୋପାନରେ

ସଭିଙ୍କ ମସ୍ତକେ କୃପା ବରଷାଉ

        ଦିବା ଅବା ନିଶି ଅନ୍ଧକାରେ।


ଅଗ୍ନି ର ଶିଖାରେ ଲୁକ୍କାୟିତ କେବେ

      ଭସ୍ମ ଚନ୍ଦନ ଲେପରେ

ସୁବାସିତ ପୁଷ୍ପ ସୁଗନ୍ଧିତ ଜଳ

      ଭକ୍ତର ଅନ୍ତର ସ୍ନାନ ବେଦୀରେ ।


ସୀତା ଠାରୁ ଗୀତା,ମମତା ଠୁ ମହିମା

      ଭକ୍ତିର ଶକ୍ତିରେ ମିଳେ ସମର୍ଥତା

ଭକ୍ତିର ଶକ୍ତିରେ ପଙ୍ଗୁ ଲଙ୍ଘେ ଗିରି

      ତ୍ରୈଲୋକ୍ୟ ବିଜୟୀ ହରି।


ହରି ନାମ ବିନା ସବୁ ଲାଗେ ପିତା

    ସଂସାର ମାୟାରେ ଯାଏ ପାଶୋରି।


କ୍ଷମା କର ମତେ କ୍ଷମାମୟ ତୁମେ

     କ୍ଷମାର ସାଗରେ ରହି

ସେହି କ୍ଷମା ଅଟେ ନିଷ୍କଣ୍ଟକ ପଥ

     ଆସ ଗୁଣି ଜନ ମୁକ୍ତ ହୋଇଯିବା

ହରି ନାମ ବହି ବହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy