ହେ କୃଷ୍ଣ
ହେ କୃଷ୍ଣ
ହେ ! କୃଷ୍ଣ ତୁମେ ଧର୍ମ ଯୋଗ ,ତୁମେ ଜ୍ଞାନ ଯୋଗ
ତୁମେ ମୋ ସଂଖା ତୁମେ ମୋ ସିନ୍ଦୂର
ତୁମେ ମୋ ଚନ୍ଦନ ତୁମେ ମୋ ତୁଳସୀ
ତୁମେ ମୋ ସତ୍ୟବାନ୍ ମୁଁ ତୁମ ସାବିତ୍ରୀ। ।।
ବ୍ୟାକୁଳ ନେତ୍ର, ଅଶ୍ରୁଳ ଅର୍ଜୁନ ଙ୍କୁ କରିଥିଲ ତୁମେ ସଖା
ଗୀତା ମାଧ୍ୟମରେ ଦୁର କରିଥିଲ ସବୁ ଶଙ୍କା
କର୍ମରେ ରଖିଲ ଧର୍ମ ର ବିଶ୍ବାସ
ଜ୍ଞାନ ମାଧ୍ୟମରେ ପ୍ରାଣୀ ଙ୍କ ଦେହରେ ଭରିଲ ନିଃଶ୍ବାସ। ।।
ମୁଁ ତୁମର ଛାତ୍ର ତୁମେ ମୋ ଗୁରୁ
ଜ୍ଞାନ ର ଭଣ୍ଡାର ଖୋଲିଯାଏ ଚତୁଃପାର୍ଶ୍ଵରୁ
ଆଶଙ୍କାରେ ଯେବେ ମୁଁ ବୁଡି ଥାଏ
ଶଙ୍କା ଦୁର ପାଇଁ ତୁମରି ଶରଣ ନିଏ । ।।
ଯୁଦ୍ଧ ଜୟ ପାଇଁ ଆତ୍ମୀୟଙ୍କୁ ମାରି
ମିଳିବକି ମୋତେ ଶାନ୍ତି
ଏମିତି ଶାନ୍ତିର ମୂଲ୍ୟ କିଛି ନାହିଁ
କୁରୁକ୍ଷେତ୍ର ମଧ୍ୟେ ଲାଗୁଛି କ୍ଲାନ୍ତି । ।।
ତୁ ଯାହା ପାଇଁ ଶୋକ ପ୍ରକାଶୁଛୁ
ସେ ,ଶୋକର ମୂଲ୍ୟ ତ ବୁଝେ ନାହିଁ
ଅନ୍ୟାୟ, ଅନିତି, ଦୁର୍ନୀତି ଲୋଭ ଠୁ ଦୁରରେ
ସେ ପ୍ରାଣୀ ଙ୍କ ପାଇଁ ମୁଁ ଅତି ନିକଟରେ । ।।
ଦିନକେ ପାଇଁ ସତୀ ସାବିତ୍ରୀ ହୋଇ
ସବୁ ଦିନ ଭୁଲି ଯିବାକୁ ଚାହେଁ ନାହିଁ।
ତୁମେ ମୋର କାନ୍ତ , ମୁଁ ତୁମ ପୀୟୁଷ
ତୁମ ପାଦ ତଳେ ମାଗ ଇ ଆଶୀଷ। ।।
ସିନ୍ଦୂର , ତୁଳସୀ ଅତି ନିବିଡ଼
ତୋ ଲାଗି ବାଇଶି ପାହାଚେ ଭିଡ଼
ଛିଣ୍ଡା କାନି ନେଇ ସାବିତ୍ରୀ ବ୍ରତେ
ନୟନ ଫେରିକି ଦେଖନ୍ତି ତତେ। ।।
ଭାଗ୍ୟର ରେଖା ତ ଭାଙ୍ଗିଯାଇଛି
ମିଥ୍ୟା ପାଖେ ସତ୍ୟ ବନ୍ଧା ପଡ଼ିଛି
ଆଉ ନାହିଁ ସେହି ଶୁଦ୍ଧ ସମ୍ପର୍କ
କଳି ଯୁଗେ ସବୁ ମିଥ୍ୟା ନାଟକ। ।।
ତୁ ଏକା ସତ୍ୟ,ତୁ ଏକା ନିତ୍ଯ
ତୁ ଏକା ଶାନ୍ତି,ତୁ ଏକା ମୁକ୍ତି
ତୁ ଏକା ଗତି ମୋର ଆରତୀ
ତୁ ମୋ ସତ୍ୟବାନ୍ ମୁଁ ତୋ ସାବିତ୍ରୀ। ।।
