ଦାରୁ ଦିଅଁ
ଦାରୁ ଦିଅଁ
ମହୋଦଧିରୁ ଆରମ୍ଭ ,
ମହୋଦଧିରେ ବିଲ୍ଲିନ ,
ଭକ୍ତ ପ୍ରବୀର ରାଜା ଇନ୍ଦ୍ରଦ୍ୟୁମ୍ନ
ପାଛୋଟି ଆଣିଲେ ବିହୂଳ ନୟନ
ଦାରୁ ରୁ ଆରମ୍ଭ ଏନ୍ତୁଡ଼ିଶାଳ,
ଦାରୁରେ ସମାପ୍ତ ଜୀବନ ଦୀପ।....!
ଯେତେ ଭୋଗ ରାଗ ମଣୋହି ପ୍ରସ୍ତୁତ,
ସବୁଥିରେ ଥାଏ ଦାରୁର ହାତ
ତୁମେ ଦାରୁ ଦିଅଁ,ରତ୍ନ ପଲଙ୍କ
ଦାରୁରେ ଗଢା ତୁମ ଦିବ୍ୟ ରୂପ ।....!!
ଯେତେ ହୋମ ଯଜ୍ଞ ଦାରୁବିନା ଅଧା
ଦାରୁ ମୂଳେ ବସି କାନ୍ଦୁଅଛି ରାଧା ।
ବଂଶୀ ର ସ୍ବନ ଦାରୁରେ ଉତ୍ପନ
କ୍ଷୀର ସର ଲବଣୀ ଘୋଳ ଦାରୁର ଖୁଣ୍ଟ
ଯଶୋଦା ମା କଣେଇ ଚାହିଁଛି
କାହ୍ନୁ ଆଗରେ ଦେଖାଇ ଆଣ୍ଟ ।
ଏଇ କ'ଣ ସେଇ ଦାରୁ ଦେଵତା ଜଗନ୍ନାଥ।.....
ରଥ ଗଢା ହୁଏ,ଚକ ଗଢ଼ା ହୁଏ ଚାରମାଳ ପୁଣି,
ଦାରୁ ଭୁତ ମୁରାରୀ
ତ୍ରେତୟା ଯୁଗରେ ସତ୍ୟ ଶିରୋମଣୀ
ରାମ ଅବତାରେ, ଭ୍ରମିଲେ ଦାରୁ ବଳୟରେ ।।
ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ନାମରେ
ଲୀଳା ଖେଳା କଲେ ଦାରୁ କଦମ୍ବ ରେ
କଳିଯୁଗେ ଦାରୁ ଦିଅଁ ସାଜିଛନ୍ତି,
ନିଳାଦ୍ରୀ ବିହାରି ନିଳାଚଳ ରେ।।
ଦାରୁରେ ସୁରକ୍ଷା,ଦାରୁରେ ମଙ୍ଗଳ
ଘରର ଏରୁଣ୍ଡି ବନ୍ଧ
ନିମ ଦାରୁରେ ବିରାଜମାନ ପ୍ରିୟ ଆମ ଜଗନ୍ନାଥ...।।
