ଚକାଆଖି
ଚକାଆଖି
ଚନ୍ଦନ ଚର୍ଚ୍ଚିତ ବେଶ
ନୁହେଁ ଭ୍ରମି ତେନ ପରଶ
ଶିରରୁ ନାଶା ଲେପନ
ବେଶ ଲାଗେ ଗଜାନନ। ।।
ଗଜାନନ ରୂପେ ଦିଶେ ସୁନ୍ଦର
କାଳୀୟଦଳନ କଳା ଶ୍ରୀ ମୁଖରେ
ଦିଅ ଦିବ୍ୟ ଦର୍ଶନ। ।।
ଅଲରା ମୁଁ ଭକ୍ତ ଟିଏ
କର୍ମ ଫଳ ଭୋଗୁଥାଏ
ତୋ ଚରଣ କମଳ ତୋ ଭକ୍ତି ଚନ୍ଦନ
ବଡ଼ ଦାଣ୍ଡୁ ଦେଖୁଥାଏ। ।।
ଚନ୍ଦନ ଯାତରେ ଚାରୁ ଚାପଖେଳ
ସେବକଙ୍କ ସାଙ୍ଗେ ମେଳ
ସୁମଧୁର ବାକ୍ୟ, ସ୍ମିତ ହାସ୍ୟ ମୁଖ
ସଂସାରକୁ ଭେଟି ଦେଇ
କାବ୍ୟ କବିତା ଗ୍ରନ୍ଥ ରଚନା
କାରୁକାର୍ଯ୍ୟ ପ୍ରକାଶ ଇ। ।।
ଅନାବିଳ ପ୍ରେମ ନିଷ୍କପଟ ଆତ୍ମା
ଭକ୍ତ ପାଇଁ ସଦା ଉନ୍ମୁକ୍ତ
ପାପୀ ହେଉ ଅବା ତପି
ବିଶାଖା ନକ୍ଷତ୍ର ଯୁକ୍ତ ବୈଶାଖ
ଧରଣୀ ଧରା ଉତ୍ତପ୍ତ
ଚନ୍ଦନ ପୂର୍ଣ୍ଣିମା ନାମେ ନାମିତ
ଭୂ ଦେବୀ ଶ୍ରୀ ଦେବୀ ଚାପେ ବିଦିତ ।।
ମଳୟ ବାରିଧି ମନ୍ଦ ମନ୍ଦ ବାହେ
ସୁଗନ୍ଧିତ ପୁଷ୍ପ ଗଳାରେ ଶୋହେ
ଲଲାଟ ପଟଳ ଅଶ୍ରୁଳ କମଳ
ସମର୍ପଣ ପାଦ ପଦ୍ମେ। ।।
ହେ ଚକାଆଖି ଭାଗ୍ୟର ଲେଖାରେ
କରିଅଛୁ ମତେ ନିରିମାଖି
କପଟ ଭାବନା ନଥାଇ କେବେ ବି
କପଟିନୀ ନିନ୍ଦା ପାଏ
ଅନ୍ୟ ର ମନ୍ଦ ଠୁ ଦୁରରେ ରହିବି
ମନ୍ଦ ମନ୍ଦ ଆଖ୍ୟା ନିଏ। ।।
ଜଗତର ନାଥ ଆହେ ଜଗନ୍ନାଥ
ବଳଭଦ୍ର ଜ୍ୟେଷ୍ଠ ଭାଇ
ହସାଉ କନ୍ଦାଉ ଭକତ ଭାବରେ
ବେନି ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗେ ନେଇ।।
