STORYMIRROR

Sagarika Dash

Inspirational

4  

Sagarika Dash

Inspirational

ଦେବ ସ୍ନାନ ପୂର୍ଣ୍ଣିମା

ଦେବ ସ୍ନାନ ପୂର୍ଣ୍ଣିମା

1 min
21


ଭକତର ଭାବ ବୁଝିପାର ବୋଲି 

ନାମ ଅଟେ ଭାବଗ୍ରାହୀ 

ଦାରୁବ୍ରହ୍ମ ବେଶେ ସନ୍ତୁଷ୍ଟ ନ ହୋଇ 

ଭକ୍ତ ଗଜାନନ ଖୋଜେ 

ଭକ୍ତର ସନ୍ତୁଷ୍ଟ ପାଇଁ ଭାବଗ୍ରାହୀ 

ଗଜାନନ ବେଶେ ଦିଶେ ।।


ଭାବର ଠାକୁର ଭାବ ବିନୋଦିଆ 

ସଂସାରେ ମାନବୀୟ ଲୀଳା ଖେଳା 

ରୱର୍ଦ୍ର ତାପରେ ବିଚଳିତ ହୋଇ 

ଶହେ ଆଠଗରା ଜଳ ଢଳା 

ହେ! ଜଗତ ଠାକୁର ତୁମେ ପରା ଚକାଡୋଳା ।।


ରତ୍ନ ମଣ୍ଡପରୁ ସ୍ନାନ ମଣ୍ଡପ 

ଢଳ ଢଳ ରୂପ ବାସେ ଚହଟ 

ଗମ୍ଭୀର ଭିତରେ ପାଦୁକା ପୂଜାରେ 

ନୁହେଁ କି ତୁମେ ସନ୍ତୁଷ୍ଟ 

ନାନା ବାହାନାରେ ବାହାରକୁ ଆସି 

ରୂପ ଦିଶେ ଝଟଝଟ।।


ଶହେ ଆଠଗରା କଳସ ଜଳରେ 

ଦେଲ ଦର୍ଶନ ସ୍ନାନ ବେଦୀରେ 

ତୋ ଗାଧୁଆ ବେଶ ,ତୋ ମୁରୁକି ହସ 

ଦେଖି ଏ ଜୀବନ ଧନ୍ୟ ରେ ।।


ଲକ୍ଷ୍ମୀ ଙ୍କୁ ଛାଡ଼ି ତୁ ଏକା ଗାଧୋଇଲୁ 

ନେଇ ଭାଇ ଭଉଣୀ ଙ୍କୁ ସାଙ୍ଗରେ 

ଏ 'କି ତୋର ପ୍ରେମ ଏ 'କି ତୋର ନାଟ 

ମାତା ଅଶ୍ରୁଳ ଭରା ଅଭିମାନରେ ।।


ସ୍ନାନ ପରେ ପାଟବସ୍ତ୍ର ସଂଖ ମଲମଲ ନେତ୍ର 

ତୁଳସୀ, ଚନ୍ଦନ, କର୍ପୁର 

ସୁଗନ୍ଧିତ ପୁଷ୍ପ ଦୟଣା ମାଳ 

ଶୋହେ ମସ୍ତକରେ ମୟୂର ଚନ୍ଦ୍ରିକା ଚୂଳ ।।


ତୋର ଦରଶନେ ଏକପଦ ଯାତ୍ରା 

କୋଟି ଜନ୍ମ ପୁଣ୍ୟ ଲଭେ 

ପାପ ଥୋଇଯିବି ପୂଣ୍ୟ ନେଇଯିବି 

ଏ ମିଛ ମାୟାର ସଂସାରୁ ଭବେ ।।


ଭକ୍ତି ରେ ମିଳ ଇ ଅନେକ ଶକ୍ତି 

ତୋ ସାଥେ ଭାବ ଯୋଡିଲା ପରେ 

ଚତୁର୍ଦ୍ଧା ମୂରତି, ଚତ୍ରୁ ବେଶ ନେଇ 

ଚତୁର୍ଦ୍ଦିଗେ ଚହଟିବେ 

ଯେତେ ପାପୀ ତପି ଦର୍ଶନ ପାଇ 

ମୋକ୍ଷ ପ୍ରାପ୍ତି ଲଭିବେ ।।


ସାଗର ସୀମାନ୍ତ ତୁ ପରା ଅନନ୍ତ 

ନାହିଁ ତୋର ଆଦି ଅନ୍ତ 

ବୁଝିପାରେ ଯିଏ ତୋ ମହିମା କଥା 

ଅଜର ,ଅମର ହୁଏ ଚିରନ୍ତ ।। 


ମୁଁ ଛାର ମାନବ କାହିଁ ସେହି ଗର୍ବ 

କେମିତି ବୁଝିବି ତୋ କଳାପଟାର ଦୃଶ୍ୟ 

କ୍ଷଣକେ ପାଇଁ ଆସି ଚାଲିଯାଉ 

ଅନୁଭବ ରେ ତୁ ଅଦୃଶ୍ୟ ରହୁ ।।


ହସ୍ତକୁ ମୋହର ଶକ୍ତ କରିଦିଅ 

ତୁମକୁ ଧରିବି ଜାବୁଡ଼ି 

କାଳେ ତୁମେ ମତେ ଛାଡ଼ି ପଳାଇବ 

ଆଉ ନ ଆସିବ ବାହୁଡ଼ି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational