ଭାବର ଠାକୁର
ଭାବର ଠାକୁର
କେବଳ ଭକ୍ତର ପ୍ରେମ ଲାଗି,
ଅଧିର ହୁଏ କଳା କାହ୍ନୁର ଚିତ୍ତ,
କେମିତି ରହିବ ଏକାକୀ ଦେଉଳେ,
ଭକ୍ତଙ୍କୁ ଦର୍ଶନ ପାଇଁକି ଅଧିର ସେତ ।
ବରଷ ଜାକର ଅବଧି ଲାଗେ ବନ୍ଦୀ ପରି,
ଉଦାଶ ମନକୁ ଟିକେ ଲାଘବ ଲାଗି,
ବାହାରିଛି ସେତ ମାଉସୀ ଘରକୁ,
ଭାଇ ଭଉଣୀକୁ ପରା ସାଥିରେ ଧରି ।
ଜ୍ୱର ପୀଡନରେ ଅବଶ ଅବଶ ଲାଗେ ତା ଦେହ,
କୁହେ ମୋ ଦେହେ ଚନ୍ଦନ ଔଷଧି ମାଖ ।
ବଡ଼ ଦାଣ୍ଡେ ଭକ୍ତଙ୍କୁ ପାଖରେ ପାଇ,
ସଖି ତା ଅଧରର ଖଣ୍ଡି ହସକୁ ଦେଖ ।
ଭାବରେ ଭାବରେ ଚାଲେ ଏଠି ସବୁ,
କିଏ ଟାଣେ ପୁଣି ବାଲିରଥ,
କିଏ ଟାଣେ ପୁଣି ନଡ଼ିଆ ଗୋଡିରେ,
ହେଲେ ସବୁରି ମୂଳରେ ଗୋଟିଏ ସତ,
ସବୁ ହୋଇପାରେ ମିଛ ହେଲେ,
ଏକା ସତ ସେ ଜଗନ୍ନାଥ,ସେ ରଥ ପଥ ।
କୋଟି ଭକ୍ତର ଆଶା ଭରଷାକୁ,
କେମିତି ଦେବସେ ଗୋଟେ ପଲକରେ ଦୁରେଇ,
ଭକ୍ତର ଭଗବାନ ପ୍ରମାଣିବା ପାଇଁ,
ବଡଦାଣ୍ଡକୁ ଆଜି ନିଜେ ଆସିଛି ଓଲ୍ହାଇ।।।