STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ଆସ କରିବା କାର୍ଯ୍ଯ ମଣିଷର ଲାଗି

ଆସ କରିବା କାର୍ଯ୍ଯ ମଣିଷର ଲାଗି

1 min
154


ବିଜ୍ଞାନୀ ମତରେ   କାର୍ଯ୍ୟ କହିଲେ ତ

    ବଳ ବିସ୍ଥାପନ ଗୁଣନ

ବଳ ପ୍ରୟୋଗରେ  କାର୍ଯ୍ୟ ସେବେ ହୁଏ

   ଯେବେ ହୁଅଇ ବିସ୍ଥାପନ ।।

ମଣିଷ ସମାଜେ  ନିର୍ଦ୍ଦିଷ୍ଟ ସ୍ତରରେ

     ଜୀବିକା ନିର୍ବହନ କରେ

ତାହାର ସ୍ତରରୁ   ଉପର ସ୍ତରକୁ

   ଉଠଇ ଯୋଜନା ବଳରେ ।।

ସରକାର ଆମ   ଡିଣ୍ଡିମ ପିଟିଣ

   ପ୍ରଚାର କରଇ ଦୈନିକ

ବିକାଶ ପଥରେ  କାର୍ଯ୍ୟ କରୁଅଛି

  ବୋଲି  ବାହାଷ୍ଫଟ ଅଧିକ ।।

ଗରିବର ସ୍ଥିତି  କାଲି ଯାହାଥିଲା

   ଆଜିବି ରହିଛି ସେମିତି

ଆର୍ଥିକ ସ୍ଥିତିର  ବିସ୍ଥାପନ ଶୂନ

  କାର୍ଯ୍ୟ ହେଲା ତେବେ କେମିତି?

ଯୋଜନା ମାଧ୍ୟମେ  ଅର୍ଥ ବିନିଯୋଗ

    ଯଦି ବଳ ଧରାଯାଉଛି

ଉପଭୋକ୍ତା ଯଦି   ଆଗକୁ ବଢଇ

   ତେବେକାର୍ଯ୍ୟ ହେବ କହୁଛି ।।

ବଳର ପ୍ରୟୋଗେ  ବିସ୍ଥାପନ ଶୂନ

    ହେଲେ କାର୍ଯ୍ୟ ଶୂନ ହୁଅଇ

ବିସ୍ଥାପନ ହେଲେ    ବଳର ଦିଗରେ

     ତେବେ ଯାଇ କାର୍ଯ୍ୟ ହୁଅଇ ।।

ତେଣୁ ଆସ ଭାଇ   କାର୍ଯ୍ୟକରିଯିବା

     ମଣିଷର ଲାଗି ଏଇଠି

ଯୋଜନା ବଳରେ   ତାର ବିସ୍ଥାପନ

   ପ୍ରଗତି ପଥରେ ଏଇଠି।।

ମଣିଷର ଯଦି   ବିକାଶ ପଥରେ

   ବିସ୍ଥାପନ ଏଠି ହୋଇନି

ଜାଣିରଖ ସର୍ବେ  ବିକାଶର କାର୍ଯ୍ୟ

  କିଛି ହେଲେ ଏଠି ହୋଇନି।।


Rate this content
Log in

Similar oriya poem from Inspirational