STORYMIRROR

DEEPAK KUMAR PATRA

Inspirational

3  

DEEPAK KUMAR PATRA

Inspirational

କବିତାର ଶୀର୍ଷକ - ନାରୀ

କବିତାର ଶୀର୍ଷକ - ନାରୀ

1 min
215


ଶହନ ଶୀଳତାର ପ୍ରତିମୂର୍ତ୍ତି 

ଶୀତଳ ତାରେ ଭରା ଯାର ଛାତି

ଜୀବନର ପ୍ରତୀକ୍ଷଣରେ ଭିନ୍ନ ରୂପରେ

ଲୋଡ଼ା ଯାହାର ଉପସ୍ଥିତି

ସେ ନାରୀ.......

ସବୁ ଯନ୍ତ୍ରଣା ଓ କୋହକୁ 

ହୃଦୟ ର ନିଭୃତ କଣେ ଚପେଇ ଦେଇ 

ଦୁନିଆ ଆଗରେ ହସ ରଖି

ଅନ୍ୟର ମୁହଁରେ ହସ ଫୁଟେଇ ପାରେ

ସେ ନାରୀ.....

ଆଖିର ଲୁହକୁ ଓଠରେ ସୁଖେଇ

ବେଦନା କୁ ନିଜ ଶାଢ଼ୀ ପଣତରେ ଢ଼ାଙ୍କିଦେଇ 

ଯନ୍ତ୍ରଣା ର ଦାବାନଳରେ ନିଜେ ଜଳି

ଅନ୍ୟକୁ ଉପଶମ ପ୍ରଦାନ କରେ

ସେ ନାରୀ ......

ନିଜେ ନ ଖାଇ ନ ପିନ୍ଧି

ପେଟରେ ଓଦାକନା ଦେଇ 

ଭୋକିଲାର ଭୋକ ପାଇଁ 

ନିଜର କ୍ଷୁଧା କୁ ଜଳାଞ୍ଜଳି ଦିଏ

ସେ ନାରୀ......

ପରକୁ ସହଜରେ ଆପଣାର କରି 

ସ୍ନେହ ,ପ୍ରେମର ଡୋରୀରେ ବାନ୍ଧି

ଭେଲ କୁ ବି ଭଲ କରିବାର

ରାହା ଦେଖାଏ

ସେ ନାରୀ.......

ଜୀବନେ ଯେତେ ଝଡ଼ ଝଞ୍ଜା ଆସିଲେ

ମୁଣ୍ଡ ପାତି ସାମନା କରି 

ସଦା ନିଜ କାମରେ ବ୍ୟସ୍ତ ରହି

ଦୁଃଖକୁ ବି ସୁଖ ବୋଲି ମଣିଥାଏ

ସେ ନାରୀ ......

ସେ ସର୍ବଂସହା 

ପୁଣି ସର୍ବଗୁଣ ସମ୍ପନା

ତାର ହୃଦୟ ସତେ କରୁଣାର ସିନ୍ଧୁ 

ମାପି ହେବ ନାହିଁ ତାର ଧର୍ୟ୍ଯର ବିନ୍ଧୁ

ସେ ନାରୀ......

କେତେବେଳେ ସେ ଜାୟା , ଜନନୀ

ତ ପୁଣି କେତେବେଳେ ଭଗିନୀ

ଭିନ୍ନ ରୂପରେ ଆସି ନିରସ ଜୀବନରେ

ସ୍ନେହ ,ମମତାର ବାରୀ ଢାଳି ଦେଇଥାଏ ଯିଏ

ସେ ନାରୀ........।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational