STORYMIRROR

DEEPAK KUMAR PATRA

Tragedy

4  

DEEPAK KUMAR PATRA

Tragedy

ସେ ଦିନଗୁଡିକ ମନେପଡ଼ିଯାଏ

ସେ ଦିନଗୁଡିକ ମନେପଡ଼ିଯାଏ

1 min
218

ଆଜିବି ସେଇ ପୁରୁଣା ସ୍କୁଲଦିନ ମନେପଡ଼ିଯାଏ 

ଭାବିଲେ ଦିନଗୁଡିକୁ ଓଠରେ ଚେନାଏ ହସ ଆସିଯାଏ 

ଆଖିରେ ବିତିଯାଇଥିବା ସ୍ମୃତିସବୁ ଝଲସିଯାଏ

କିଛି ହସ ଆଉ ଲୁହର ଦରଦ ଅନୁଭୂତି ଆସିଯାଏ 

ଯେତେବେଳେ ସେ ଦିନଗୁଡିକ ମନେପଡ଼ିଯାଏ…..।

ସକାଳ ନ ହେଉଣୁ ଧନ ଭାଇଙ୍କର ଟିଉସନ ଆରମ୍ଭହୁଏ

ବସିବା ପାଇଁ ବସ୍ତା ଆଉ ଜାଗା ରଖିବାର ସଂଘର୍ଷ 

ଭାଇଙ୍କର ଚା’ପିଇବାର ଅଫର 

ପୁଣି ଟିଉସନ ସରୁଣୁ କିଏ କେତେଟି ଗଣିତ କରିଚି 

ତାର ହିସାବ କିତାବ କରାଯାଏ 

ସୂର୍ଯ୍ୟ କାନ୍ଥ ଉପରକୁ ଉଠୁ ଉଠୁ 

ଭାଇଙ୍କର ବଡ଼ ରାଇଟ ଆଉ ଦସ୍ତଖତ ପାଇଁ ଧାଡି ଲାଗିଯାଏ

ଏବେବି ସେ ଦିନ ଗୁଡିକ ମନେପଡ଼ିଯାଏ……।

ଦିନ ଦଶଟା ହେଉ ହେଉ ସ୍କୁଲର ଘଣ୍ଟା ବାଜିଯାଏ 

ଦଶ ଟା ପନ୍ଦରରେ ପ୍ରାର୍ଥନା 

ତା’ପରେ ସାହିତ୍ୟ ସାର ଙ୍କର କ୍ଳାସ ଆସୁ ଆସୁ 

ତାଙ୍କୁ ଟିକେ ଡେରି ହେଇ ଗଲେ 

ବିଷୟ ଘୋଷିବାର ଚିନ୍ତାରୁ ମନ ଆଶ୍ୱସ୍ତ ହେଇଯାଏ 

ହେଲେ କୁଶ ସାର ଠିକ ଟାଇମରେ ଆସି 

ତାଙ୍କର ପ୍ରଶ୍ନ ପଚାରିବା ଆଉ ମାଡ଼ ମାରିବାର

କାର୍ଯ୍ୟକ୍ରମ ଆରମ୍ଭ ହେଇଯାଏ 

ଆଜିବି ସେ ଦିନ ଗୁଡିକ ମନେପଡ଼ିଯାଏ……।

ସ୍କୁଲ ଛୁଟି ହେବାପରେ ପଶ୍ଚିମ ଦିଗକୁ ମନ ଧାଇଁଯାଏ 

ଇଂରାଜୀ ବିଷୟ ପଢିବା ସାଙ୍ଗେ ସାଙ୍ଗସାଥି ମେଳେ

ସାରାଦିନ ଯାକର ପର୍ଯ୍ୟବେକ୍ଷଣ ଆରମ୍ଭ ହୁଏ 

ଗ୍ରାମାର, ପ୍ରୋଜ, ପଏଟ୍ରି ରେ କିଏ କେତେ ଯାଏଁ ଯାଇଛି ସବୁ ବିଷୟର ସମାଲୋଚନା କରାଯାଏ 

ଆଜିବି ସେ ଦିନ ଗୁଡିକ ମନେପଡ଼ିଯାଏ……।

ସନ୍ଧ୍ୟା ସମୟରେ ଗଣିତ, ଅଙ୍କନ,ପରିମିତିର 

ଧନ ଭାଇଙ୍କ ବାରଣ୍ଡାରେ ମାଳ ଲାଗିଯାଏ

ଡିବିରୀ, କିରାସିନ, ଲାଇଟ ପ୍ରଜ୍ବଳନ କରି 

କେତେ ଯାଏଁ କିଏ ସାରୁ ବା ନ ସାରୁ 

ରଣରେ ଯୁଦ୍ଧ ହେବା ପରି ଗଣିତର ଭାର ଲାଗି

ଭାଇଙ୍କର ବାରଣ୍ଡା ଆଉ ଆମ ଖାତାରେ ବନ୍ୟା ହେଇଯାଏ

ସତରେ ସେ ଦିନ ଗୁଡିକ ଆଜିବି ମନେପଡ଼ିଯାଏ…..ସତରେ ସେ ଦିନ ଗୁଡିକ ଆଜିବି ମନେପଡ଼ିଯାଏ…..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy