STORYMIRROR

RAJANI KANTA SAHU

Abstract Tragedy Others

4  

RAJANI KANTA SAHU

Abstract Tragedy Others

ମୋ ଖାଲିପଣ ଓ ତୁମେ

ମୋ ଖାଲିପଣ ଓ ତୁମେ

1 min
153

ତୁମେ ଅଚାନକ ଚାଲିଆସ

ମୋ ଆଖି ସାମ୍ନାକୁ ।।


ମୋର ନିଦତକ କେଉଁଆଡେ

ହଜିଯIନ୍ତି ଇତସ୍ତତଃ ହେଇ,

ଆଖି ବନ୍ଦ କରିଥାଏ, ଅଥଚ

ସବୁ ଦେଖୁଥାଏ ମୋ ନଦେଖିବା ପଣରେ

ମୁଁ ଜଣେ ନାହିଁ ତୁମେ

କଣ ଭାବୁଥିବ ଅବା ନ ଭାବୁଥିବ

କିନ୍ତୁ, ମୁଁ ଡରିଯାଏ ଭବିଷ୍ୟତର ଏକ

ନିଶବ୍ଦ ଦୁର୍ଘଟଣା କୁ ନେଇ।।


ତୁମେ କଣ ବୁଝିପାର ନାହିଁ

ମୋ ବନ୍ଦ ଥିବା ଓଠର ଭାଷା,

ଅବା ମୋ ଆଖିରେ ଝଲସୁ ଥିବା

ଉଜ୍ଜ୍ବଳ ଆଲୋକର ଆଶା।।


ତୁମେ ଆସ ଏବଂ ଆସି ଚାଲିଯାଅ

ମୁଁ କେବଳ ଗଣୁଥାଏ ସେ ରାସ୍ତାରେ ପଡ଼ିଥିବା

ତୁମ ପାଦଚିହ୍ନ ସବୁ,

ରାସ୍ତା ଆଗକୁ ବଢେ

ଓ କେଉଁ ବୁଲାଣିରେ ଅଦୃଶ୍ୟ ହେଇଯାଏ

ତୁମେ ଅଦୃଶ୍ୟ ହେଇଯାଅ

ଏବଂ ଅଦୃଶ୍ୟ ହୁଅନ୍ତି ତୁମ ପାଦଚିହ୍ନ ସବୁ।।


ପୁଣି ଛାଇ ଯାଏ ମୋ ଭିତର ,ବାହାର

ମୋ ଆଖପାଖ ସବୁଠି

ନିସ୍ତବ୍ଧତl ଓ ନିର୍ଜନତା,

କ୍ଷିପ୍ର ଗତିରେ ଗ୍ରାସ କରେ ମୋତେ

ମୋ ଖାଲିପଣ ଓ ମୋ ଶୂନ୍ୟତା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract