ବାତ୍ୟା ପରେ
ବାତ୍ୟା ପରେ
ବାତ୍ୟା ପରେ ଆସିଛି ଦୁଃଖ
ହଜି ଯାଇଛି ସୁଖର ଦିନ
ଆସିଛି ମାଡି ବତାସ ଝଡି
ବିକଳ କେତେ ଜନ ଜୀବନ
ଲଂଘିଛି ପାରାବାର
ପ୍ରମତ୍ତ ଚିତ୍ତ ପ୍ରଳୟ ପଥେ
ଦୁନିଆ ଥର ହର l 1
ନାହିଁରେ ଆଉ ବଞ୍ଚିବା ଆଶା
ଦରିଆ ଲଂଘେ ଥରକୁ ଥର
ଜୁଆର ଆସି ଲହଡି ଭାଙ୍ଗେ
ମାଟିରେ ମିଶେ ଚାଳ ଛପର
ଉଜୁଡି ଯାଏ କ୍ଷେତ
ଗାଁ ଦାଣ୍ଡରେ ଅକାତ ପାଣି
ମିଳେନି ମୁଠେ ଭାତ ! 2
ରିଲିଫ ପାଇଁ ଆସନ୍ତି ଧାଇଁ
ଭୋକ ଉପାସେ ଆତୁର ଜନ
ପ୍ରତି ବରଷ ନାଶେ ବତାସ
ନିୟତି ସତେ କେଡେ ଦାରୁ
ଣ
ଜଳ ପ୍ରଳୟ ଆସେ
ଆଖିରେ ଲୁହ ବୁକୁରେ କୋହ
ମୁଖ ମଳିନ ଦିଶେ l 3
ପ୍ରଗତି ସୂର୍ଯ୍ୟ ଉଇଁନି ନଭେ
ବିପଦ କେବେ ଯାଇନି ଟଳି
ତୁହାକୁ ତୁହା ବାତ୍ୟା ନାଶେ
କିଏ ବା ଅଛି ତା ଠୁଁ ବଳି ?
ଜୁଆର ଆସେ ମାଡି
ଧନ ଜୀବନ ନାଶେ ପବନ
ଶୁଭେ କରୁଣ ରଡି l 4
ବାସ ହରା କେତେ ସାଗର ବିତ୍ପାତେ
ହତାଶେ କାଟନ୍ତି ଦିନ
ପ୍ରତି ବର୍ଷ ଆସେ ଦାରୁଣ ଯାତନା
ମିଳେ ନାହିଁ ପରିତ୍ରାଣ
ବିଚିତ୍ର ପ୍ରକୃତି ଗତି
ସହି ସହି ସଦା ବାତ୍ୟା ପ୍ରକୋପ
ପଥର ହେଲାଣି ଛାତି l 5