STORYMIRROR

RAJANI KANTA SAHU

Abstract Tragedy Others

3  

RAJANI KANTA SAHU

Abstract Tragedy Others

ବର୍ଷା ଓ ମୁଁ

ବର୍ଷା ଓ ମୁଁ

1 min
235

ବାହାରେ ପ୍ରବଳ ବର୍ଷା

କିନ୍ତୁ ତାଠୁଁ ଅଧିକ ବର୍ଷା ମୋ ଭିତରେ

ଆଖିରେ ଲୁହ ଜମାରୁ ଆସେନି

ଯଦିଓ ମୁଁ ସଂପୂର୍ଣ୍ଣ ଭିଜି ଯାଇଥିବା ସତ୍ତ୍ୱେ,

ମୋର ଗୋଟିଏ ଗୋଟିଏ ମୁହୂର୍ତ୍ତ

ଗୋଟିଏ ଗୋଟିଏ ଅସ୍ତିତ୍ଵ 

ଧୋଇ ହେଇ ବୋହି ଯାଇଥିବା ସତ୍ତ୍ୱେ।।


ମୁଁ କାନ୍ଦି ବି ପାରେନା

ଖୁବ ଚିତ୍କାର କରି

ବିଳାପ ବି କରିପାରେନା

ହୃଦୟ କି ମଥା ପିଟି

ଯଦିଓ ମୋର ସମସ୍ତ ନିରୀହପଣ କୁ

ହତ୍ୟା କରିସାରିଥିବା ସତ୍ତ୍ୱେ,

ଯଦିଓ ଭାବନାର

ଗଳା ଚିପି ମୋ ଶ୍ଵାସ ର ଗତି ପଥ

ଅବରୁଧ କରିଥିବା ସତ୍ତ୍ୱେ।।



କାଳେ କାନ୍ଦିଲେ ସମସ୍ତେ ହସିବେ

କାଳେ କାନ୍ଦିଲେ ନାମର୍ଦ କହିବ ସମାଜ

ଆଖି ର ଆକାଶଟା ରକ୍ତାକ୍ତ ହେଇଯାଏ

ଭିତରେ କୁହୁଳୁ ଥିବା ଯନ୍ତ୍ରଣା ରେ,

ଚିତ୍କାର ସବୁ ଚାପିଦିଏ ଓଠ ତଳେ

ମୁଁ ନିଷ୍ଠୁର ଭାବରେ।।



ପୁଣି ଠିଆ ହୁଏ

ପର ଝାଡେ ,ଖୋଲା ଆକାଶ କୁ ଦେଖେ

ଏବଂ ଲମ୍ଫ ଦିଏ 

ହଜିଯିବା ପର୍ଯ୍ୟନ୍ତ

ନିଜଠୁଁ ,ତୁମଠୁଁ, ତତ୍ପଶ୍ଚାତ ସମଗ୍ର ଦୁନିଆଠୁଁ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract