STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ଗୁରୁଦିବସ

ଗୁରୁଦିବସ

1 min
264


ପ୍ରଣାମ ପ୍ରଥମ ଗୁରୁଙ୍କୁ 

ଯିଏ ଜନମ ଦେଲେ 

ପ୍ରଣାମ ବିଦ୍ୟା ଗୁରୁଙ୍କୁ 

ବାଟ କଢ଼େଇନେଲେ 

ପ୍ରଣାମ କର୍ଣ୍ଣ ଗୁରୁଙ୍କୁ 

ଜୀବନ ଦର୍ଶନ ଦେଲେ 

ପ୍ରଣାମ ପୂଜ୍ୟ ଗୁରୁଙ୍କୁ 

ଜନ୍ମଦିନ ଦାନ ଯେ କଲେ 

ପ୍ରଣାମ ଦେଶବନ୍ଧୁ ଙ୍କୁ 

ଜାତୀୟତା ଶିକ୍ଷା ଦେଲେ 

ପ୍ରଣାମ ମୁନି ଋଷିଙ୍କୁ 

ଆରୁଣି ଏକଲବ୍ୟ ତିଆରିଲେ 

ପ୍ରଣାମ ଗୁରୁ ଦ୍ରୋଣଙ୍କୁ 

କୌରବ ପାଣ୍ଡବ ଉତ୍ତାରିଥିଲେ 

ପ୍ରଣାମ କର୍ଣ୍ଣ ଅର୍ଜ୍ଜୁନ ସଖାଙ୍କୁ 

ସଖା ର ସଂଜ୍ଞା ବଦଳାଇଲେ 

ପ୍ରଣାମ ଭୀଷ୍ମ ମହୋଦୟଙ୍କୁ 

ତ୍ୟାଗର ମହତ୍ତ୍ୱ ଦେଖାଇଥିଲେ 

ପ୍ରଣାମ ସବୁ ପଶୁ ପକ୍ଷୀଙ୍କୁ 

କର୍ତ୍ତବ୍ୟପରାୟଣତା ଶିଖାଇଥିଲେ 

ପ୍ରଣାମ ଏହି ସୁନ୍ଦର ପୃଥିବୀ ମା କୁ 

ସହ୍ୟ ଶକ୍ତି ଆପଣେଇଲେ 

ପ୍ରଣାମ କୃଷକ ଭାଇରୂପୀ ଗୁରୁଙ୍କୁ 

କଷ୍ଟସହିଷ୍ଣୁତା ଦେଖାଇଗଲେ 

ପ୍ରଣାମ ସୈନିକଭାଈ ଗୁରୁଙ୍କୁ 

ଧୈର୍ଯ୍ୟ ସାହାସ ଶକତି ନିଦର୍ଶନ ରଚିଲେ 

ଧନ୍ୟ ମୋ ଦେଶର ଦେବତା 

ପିତାମାତା ଶିକ୍ଷକରୂପୀ ଗୁରୁ ଗଢିଲେ 

ଧନ୍ୟଧନ୍ୟ ରାଧାକ୍ରିଷ୍ଣ ଗୁରୁଙ୍କୁ ଚିହ୍ନାଇଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract