STORYMIRROR

RAJANI KANTA SAHU

Abstract Drama Fantasy

4  

RAJANI KANTA SAHU

Abstract Drama Fantasy

ଅଦେଖା ମଣିଷର କାହାଣୀ

ଅଦେଖା ମଣିଷର କାହାଣୀ

1 min
211

ମୁଁ ତାଙ୍କ ଆଗରେ ଗୋଟିଏ 

କିଟ ସଦୃଶ ଦିଶୁଥିଲି,

ସେ ଥିଲେ ଜଣେ ବିରାଟ କାୟ ମଣିଷ ଟିଏ

ଯାହାର ମୁଣ୍ଡ ଯଦିଓ ଦିଶୁନଥିଲା ,ତାହା

ଦିଶୁଥିଲା ଆକାଶ ଭେଦି ମେଘମାଳର

ଅପର ପାର୍ଶ୍ୱରେ,

ସେ ମୋ ପାଖରେ ଠିଆ ହୋଇଥିଲେ

ଏବଂ ମୁଁ ଚାହିଁ ଥିଲି ଆକାଶକୁ

ତାଙ୍କ ମୁହଁ ଦେଖିବା ଆଶାରେ ।


ତାଙ୍କ ବିଶାଳ ବପୁଟା ଦେଖାଯାଉଥିଲା

ଗୋଟେ ବିରାଟ କାୟ ଗଛ ଗଣ୍ଡିଟେ ପରି

ଯଦିଓ ଛାତିଟା ଥିଲା

ବିସ୍ତୀର୍ଣ୍ଣ ବିସ୍ତୀର୍ଣ୍ଣ ଚାରଣ ଭୂମି

ଛାତି ବାଳ ସବୁ ଦେଖା ଯାଉଥିଲା

କଣ୍ଟାଳିଆ ବୁଦା ଗଛ ପରି,

ଯାହା ଯାଇଥିଲେ ଦେହର

ସମଗ୍ର ଦିଗକୁ ପ୍ରସାରି ।


ବାହୁ ସବୁ ଦୀର୍ଘକାୟ

ହାତ ବଢ଼େଇ ଦେଲେ ପୃଥିବୀର

ଏମୁଣ୍ଡରୁ ସେମୁଣ୍ଡକୁ ପାଇଯିବ ବୋଧହୁଏ,

ଯଦି ପାହୁଣ୍ଡଟେ ଉଠେଇ

ଏଯାଗାରୁ ସେଜାଗାକୁ ପକେଇ ଦିଅନ୍ତି

କ୍ଷଣକରେ ଭୂମିକମ୍ପ ଆସିଯାଏ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract