STORYMIRROR

RAJANI KANTA SAHU

Abstract Drama Fantasy

4  

RAJANI KANTA SAHU

Abstract Drama Fantasy

ଗୋଟିଏ ଚିତ୍ର ପାଇଁ କବିତା

ଗୋଟିଏ ଚିତ୍ର ପାଇଁ କବିତା

1 min
288

ସବୁ ଅକ୍ଷର ହଜି ଯାଆନ୍ତି

ଗୋଟିଏ ଚିତ୍ର ଭିତରେ

ସମସ୍ତେ ରୂପ ନିଅନ୍ତି ମେଘରେ,

ଗଛରେ ଓ ଘାସରେ,

କବିତା ଆରମ୍ଭ ହୁଏ ସେହି ଚିତ୍ରରୁ

ଲୀନ ହେଇଥିଲା ସେ କବିତା

ଯେଉଁ ଚିତ୍ର ମଧ୍ୟରେ ।


ଜହ୍ନ ଫୁଟି ଉଠେ ବାଦଲ ଭିତରୁ

ଗଛ ମାନଙ୍କ ଉପରେ ଦେଇଁବୁଲେ,

ଘାସ ପଡ଼ିଆରେ ଗଡିଯାଏ, ପୁଣି 

ସମସ୍ତେ ଅନ୍ଧାରରେ ହଜିଯାନ୍ତି

ବାଦଲ ଭିତରେ ଜହ୍ନ ହଜିଗଲେ।


ସମସ୍ତ ଚିତ୍ର ଭୂତ ସଦୃଶ

ଦିଶୁଥାନ୍ତି ଅନ୍ଧାରକୁ ବୋଳିହେଇ

ପାହାଡ ପର୍ବତ,ନଦ ନଦୀ ମିଳେଇ ଯାଆନ୍ତି

ପାଣିରେ ମାଟି ପିଣ୍ଡୁଳା ପରି,

କେବଳ ଗଛଟେ ଯେ 

ଜହ୍ନକୁ ଆବୋରି ବସିଛି

ନିଶ୍ଚିତ, ଏ ନିଶବ୍ଦ ରାତିରେ 

ଜହ୍ନ ହିଁ ତାହାର ସର୍ବୋପରି।


ସବୁ ଅକ୍ଷର ଭିନ୍ନ ଭିନ୍ନ ହୁଅନ୍ତି ଚିତ୍ରରୁ

ଏବଂ ପକ୍ଷୀ ହେଇ ଉଡ଼ିଯାନ୍ତି 

ଗୋଟିଏ ଆକାଶରୁ ଅନ୍ୟ ଆକାଶକୁ,

ଜହ୍ନ ଭିନ୍ନ ହୁଏ ,ବାଦଲ ଭିନ୍ନ ହୁଏ ,

ଭିନ୍ନ ହୁଏ ଗଛ , ଘାସ ଏବଂ ଅନ୍ୟ ସମସ୍ତେ

କେବଳ ଅକ୍ଷର ରହିଯାଏ କବିତାରେ

ଅନ୍ୟ ଏକ ଜଗତ ସୃଷ୍ଟି କରିବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract