STORYMIRROR

RAJANI KANTA SAHU

Abstract Romance Fantasy

3  

RAJANI KANTA SAHU

Abstract Romance Fantasy

ଏଇ ଜହ୍ନ ରାତିରେ

ଏଇ ଜହ୍ନ ରାତିରେ

1 min
229

ଆଜି ଏଇ ଜହ୍ନ ରାତିରେ

ତୁମେ ମତେ ଚୁମାଟିଏ ଦେଲ

ମୁଁ ବସିବା ଜାଗାରୁ ହଠାତ୍ ଉଠିଗଲି,

ଏବଂ ସାତ ସାଗର ସାତ ତଳ

ପଙ୍କ ଭିତର ସୁନାର ସିନ୍ଦୁକରେ

ତାକୁ ନେଇ ସାଇତିଲି।


ପୁଣି ଫେରି ଆସିଲି ତୁମ ପାଖକୁ

ମୁଠାଏ ଅନାବନା ରଙ୍ଗିନ

ଘାସ ନେଇ ଏବଂ ତୁମ ଗଭାରେ

ଖୋସି ଦେଲି ସପ୍ରେମେ

ତୁମେ ଝଲସି ଉଠିଲ ଦାଉ ଦାଉ ହେଇ

କେଉଁ ଏକ ଅଜଣା ରାଜ୍ୟର

ରାଜକୁମାରୀ ସଦୃଶ

ଆଜି ଏଇ ଜହ୍ନ ରାତରେ

ସ୍ନିଗ୍ଧ ଶୀତଳ ଜୋସ୍ନାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract