Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Abstract

4.5  

Bijaya Kumar Swain

Abstract

ବୟସ

ବୟସ

1 min
180



ଆଜିର ସମୟ ଆଜି ସରିଯିବ

  କାଲି କି ନ ଥିବ ବାକି

ସମୟ ସାଥୀରେ ତାଳ ଦେଉ ଥିଲେ

  କେବେ ନ ପଡିବ ଥକି।


ସମୟ କୁ ଜଗି କର୍ତ୍ତବ୍ୟ କରିଲେ

  ଚାଲି ଯିବ ବେଳ ହେଲେ

ଆଜି ର କାମ କୁ ଏବେ କରିଗଲେ

  ବିଜୟୀ ହୋଇବ ହେଳେ।


ସମୟ ଖେଳୁଛି ଚକା ଭଉଁରୀ ରେ

 ତାକୁ ତ ଭରସା ନାହିଁ

କାହିଁ କେତେବେଳେ କାହାକୁ ହସାଏ

  କା ଭେଳା ବୁଡ଼ାଏ ସେହି।


ବେଳ ଥାଉଁ ଥାଉଁ ବାନ୍ଧିବା ରେ ଭେଳା

  ସମୟ ତ ଗଡି ଯିବ

ନିଜେ ହସି ପୁଣି ଆନ କୁ ହସାଇ

 ସଂସାର ପୁଣି ହସିବ।


ଧନ ଯଉବନ ବୟସ କା ପାଖେ

  ରହେ ନାହିଁ ସ୍ଥିର ହୋଇ

ଏ ତିନି କୁ ନେଇ କରନି ଗରବ

  ଏଇ ଅଛି ଏଇ ନାହିଁ।


ବୟସ ବସିନି ଚଉକା ପକାଇ

  ପଲକେ ପଲକେ ଗତି

ବୟସ ସାଙ୍ଗରେ ନ କରି ପିରତି

  ଜଗା ଠାରେ ରଖ ମତି।।


Rate this content
Log in

Similar oriya poem from Abstract