STORYMIRROR

Bidyutprabha Gantayat

Abstract

4  

Bidyutprabha Gantayat

Abstract

ରାହୁକାଳ

ରାହୁକାଳ

1 min
204


ସଙ୍କଟମୟ ସମୟ

ଲୋକସମାଜ ଚରାଚର

ଦେଶ କାଳ ପାତ୍ର

ଯିଏ ଯେଉଁଠି ସ୍ଥାପିତ ସ୍ଥିର 

କିନ୍ତୁ ଏକ ନିଷ୍ଠୁର ନିରବତା

ନିଶ୍ଚୁପ୍ ପାଷାଣ ହିମମୟ ଅସ୍ଥିରତା !


ଶ୍ବାସ ରୁନ୍ଧି ହୁଏ 

ରକ୍ତ ଜମାଟ ବାନ୍ଧେ

ଆକାଶ ଖସିପଡେ

ଚନ୍ଦ୍ର ସୂର୍ଯ୍ୟ ହତଚକିତ ଗୁମୁସୁମ୍

ଏଭଳି ସମୟ ଏପରି କ୍ଷଣ

ଚରମ ଯାତନାର ନଗ୍ନରୂପ

ଇତିହାସରେ ଲେଖାନାହିଁ


ନିର୍ଦ୍ଦୟ ନିନ୍ଦନୀୟ

ଚରମ ଆତଙ୍କର ଅଗ୍ନିବାଣରେ

ବିଶ୍ବ ଲେଲିହାନ


ଏ କଣ ଯୁଗାବସାନ

କାଳର କଡ଼ ଲେଉଟାଣୀ !

ଏତେ ଶୂନ୍ୟତା 

ଏତେ ତୁଚ୍ଛାପଣ

ପଥରଠୁ ଜଡ଼ ମାଟିଠୁ ସ୍ଥବିର

ପତ୍ରଟିଏ ହଲେ ନାହିଁ

ଘୁରୁ ଘୁରୁ ପୃଥିବୀଟା

ଅକସ୍ମାତ ଅଟକି ଗଲାକି !


ଲୋକମାନେ ନିସ୍ତବ୍ଧ ତଟସ୍ଥ

ପାଷାଣ ଦୁଇ ଆଖି

ବିକ୍ଷିପ୍ତ ଶ୍ବାସ ପ୍ରଶ୍ବାସ

କେଉଁ ଅଦୃଶ୍ୟ ଅଭିଶାପରେ

ଭୟଭୀତ ସର୍ବେ!


କେଉଁ କୋକୁଆ ଭୟର କାଲୁଆ

କରାୟତ କରିଛି ସଭିଙ୍କୁ

ହାୟ ! ଆମର ଭୋକ ଶୋଷ

ରହିଲେ କେଉଁଠି

ଗୁଣ୍ଡାଏ ଗଳୁନି ଗଳାରେ

ଜିଭ ମାଗୁନି ଟୋପାଏ ପାଣି

ମୁହଁମାନଙ୍କରୁ ହସ ଲିଭି ଲିଭି ଆସେ


କାହାର ରକ୍ତମୁଖା ଇଶାରାରେ

ଅସୁମାରୀ ମଣିଷ ବିଲୀନ ହୁଅନ୍ତି

ମୃତ୍ୟୁର ହିରଣ୍ୟଗର୍ଭରେ

ଏ ପର୍ବର ଅନ୍ତ ଦିଶେ ନାହିଁ


ସୃଷ୍ଟି କାଳରୁ ମଣିଷ 

ଏତେ ଅସହାୟ କେବେତ ନଥିଲା

ପିଜଂରାବଦ୍ଧ ପ୍ରାଣଟିଏ ନିଷ୍ପେସିତ

ନିବୃତ୍ତିର ବାଟ ଖୋଜେ

ଇଶ୍ବରଙ୍କୁ ପ୍ରଶ୍ନ କରେ 

ଅବତାରି ହେବାପାଇଁ

ଆଉ କେତେ କାଳ ଲୋଡ଼ା

ଯଦି ତୁମେ ସତରେ ଥାଅ କେଉଁଠି

ପ୍ରମାଣ ତ ଦିଅ  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract