STORYMIRROR

Bidyutprabha Gantayat

Others

3  

Bidyutprabha Gantayat

Others

ଦଲିଲ

ଦଲିଲ

1 min
27.1K



..........

ସମୟ ସହିତ ମଳିନ, ଓ

ଅଲୋଡା ପାଲଟୁଥିବା

କିଛି ପୁରୁଣା ରସିଦ୍,ଚିଠି ଓ ବିଲ୍

ଟେବୁଲ ଡ଼୍ର, ଆଲମାରୀ ଓ ବହିଥାକରେ

ଅଲକ୍ଷ୍ୟରେ ପଡ଼ିଥିବା

ଅଦରକାରୀ କାଗଜ ଟୁକୁଡା ସବୁ

ଆଳିମାଳିକା ଗହଣରେ

ବେଶ୍ ତ ରହିଛନ୍ତି...

ଥା'ନ୍ତୁ ସେମାନେ।

ତୁମ ଓ ମୋ ଭିତରେ ରହିଥିବା

କିଛି ବୁଝାମଣା ସହ

ଆଉ କିଛି କିଛି ଅବୁଝାମଣାପରି

ଉଖାରିବାକୁ ଭୟ ଲାଗେ।

ଚାଲୁ ଚାଲୁ ଝୁଣ୍ଟୁଥିବାପରି

ଦରକାରୀ ଜିନିଷ ଟେ ଖୋଜୁଖୋଜୁ

ଏମାନେ ହାବୁଡି ଯା'ନ୍ତି

ମୋ ଆଡ଼କୁ ଟକ୍ ମକ୍ ଚାହିଁ

ତାତ୍ସଲ୍ୟ କରନ୍ତି

ଦେଖି ଅଣଦେଖା କରେବୋଲି।

ଏତେ ଦିନର

ସଂପର୍କର ସ୍ମୃତି ଚିହ୍ନ

ସ୍ବଚ୍ଛନ୍ଦର ଆଶ୍ବାସନ

ଦୁଃଖ ପରି ନିଜର

ସୁଖ ପରି ବିଭୋର

ଛାଇ ପରି ଦେହର

ଭାବନା ପରି ମନର

ଅଚାନକ ହାତକୁ ଆସନ୍ତି ।

ମୁଁ ଫିଙ୍ଗି ପାରେନା

ବାସି ଖବର କାଗଜ ପରି

ଆମ ହାତଗଢା ଘରର

ଛାତ,କାନ୍ଥ,ଝରକା,କବାଟ ପରି

ସେମାନେ ବି ମୋ ନିଜର।

ସୁଭୋଗ, ଅଭୋଗ ସମୟର

ଲେଖା ଯୋଖା...ଦଲିଲ

ମିଶାମିଶି ମୁହୂର୍ତ୍ତମାନଙ୍କର

ଗୋଟି ଗୋଟି ଛୁଂଚିମୂନେ ଗୁନ୍ଥା

ଅଭୀଷ୍ଟ ଆୟୁଷର

ଚନ୍ଦ୍ରହାର, ମୋ ନିଜର ।

*****

ଡ . ବିଦ୍ୟୁତପ୍ରଭା ଗନ୍ତାୟତ

(ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍